ବସ କାର୍ ଧକ୍କା ରେ ଜଣେ ମୃତ

ଅନୁଗୋଳ,୬/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲାର ଜରପଡ଼ା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ତୁବେ ନିକଟରେ ଏକ ବସ କାରକୁ ଧକ୍କା ଦେବା ଫଳରେ ଜଣକର ମୃତୁ୍ୟ ଘଟିଛି ଓ ୧୦ରୁ ଉଦ୍ଧ୍ୱର୍ ଆହତ ହୋଇଛନ୍ତି । ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ବୈାଦ୍ଧରୁ ଅନୁଗୋଳ ଅଭିମୂଖେ ଆସୁଥିବା ମହିମା ବସ ଓ ଓଡି୧୯ଇ-୭୯୨୬ ନମ୍ବର ବିଶିଷ୍ଟ ଏକ କାରକୁ ପଛଆଡ଼ୁ ଜୋରଦାର ଧକ୍କା ଦେଇଥିଲା । ଏଥିରେ କାର ଚାଳକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । କାର ଏବଂ ବସରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ଜଣ ଆହତ ହୋଇଥିଲେ । ଆହତଙ୍କୁ ଅନୁଗୋଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *