କେନ୍ଦ୍ରାପଡ଼ା

ବସ କଣ୍ଡକ୍ଟର ଜଣେ ଛାତ୍ରୀଙ୍କୁ ବସରୁ ତଳକୁ ଠେଲିଦେବାରୁ କେନ୍ଦ୍ରାପଡା କଲେଜ ପାଖରେ ରାସ୍ତା ଅବରୋଧ 

କେନ୍ଦ୍ରାପଡା ୧୧/୯(ଲକ୍ଷ୍ମୀକାନ୍ତ ନାୟକ):- ଚଉଦକୁଲାଟରୁ କେନ୍ଦ୍ରାପଡା କଲେଜକୁ ଆସୁଥିବା ଜଣେ ଛାତ୍ରୀକୁ ଆଜି ସକାଳେ ଜଣେ ଘରୋଇ ବସ କଣ୍ଡକ୍ଟର ବସରୁ ତଳକୁ ଠେଲିଦେବାରୁ ସଂପୃକ୍ତ ଛାତ୍ରୀ ତଳେ ପଡିଯାଇ ଖଣ୍ଡିଆ ଘାବରା ହୋଇଥିଲା । ତାର ପ୍ରତିବାଦରେ କେନ୍ଦ୍ରାପଡା କଲେଜ ଛାତ୍ରମାନେ କଲେଜ ସମ୍ମୁଖରେ ଦୀର୍ଘ ୬ଘଣ୍ଟାଧରି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଆସନ୍ତାକାଲି ଏ ସମ୍ପର୍କରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ଉପଜିଲାପାଳ ସଂଜୟ କୁମାର ମିଶ୍ର ଛାତ୍ର ନେତାମାନଙ୍କୁ ପ୍ରତିଶ୍ରୃତି ଦେବାରୁ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ଆସନ୍ତାକାଲି ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାପାଳ, ଜିଲା ଆରକ୍ଷୀ ଅଧିକ୍ଷକ,ଉପଜିଲାପାଳ,କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷ ଏବଂ ଆହତ ଛାତ୍ରୀ ସହିତ ଛାତ୍ରନେତାମାନେ ଉପସ୍ଥିତ ରହିବେ । ଏହି ବୈଠକରେ ଯୋଗଦେବାପାଇଁ ବସର ମାଲିକଙ୍କୁ ମଧ୍ୟ ନିଦେ୍ର୍ଦଶ ଦିଆଯାଇଛି । ଏହା ବ୍ୟତୀତ ଏଠାରୁ ୧୦କି.ମି ଦୂର କଟକ-ଚାନ୍ଦବାଲି ରାସ୍ତାର ଗୋଗୁଆ ଛକ ବସଷ୍ଟାଣ୍ଡରେ କେନ୍ଦ୍ରାପଡା କଲେଜ, ସାନ୍ଧ୍ୟ କଲେଜ ଏବଂ ଅନ୍ୟାନ କଲେଜକୁ ଆସୁଥିବା ଛାତ୍ରଛାତ୍ରୀମାନେ ରାସ୍ତା ଅବରୋଧ କରି ପଟ୍ଟାମୁଣ୍ଡାଇ ଆଡୁ କେନ୍ଦ୍ରାପଡାକୁ ଆସୁଥିବା ସମସ୍ତ ଯାତ୍ରୀବାହୀ ଘରୋଇ ବସ ସହିତ ଅନ୍ୟାନ ·ରିଚକିଆ ଯାନକୁ ଦୀର୍ଘ ୬ଘଣ୍ଟାଧରି ଅଟକାଇଥିଲେ । ଗୋଗୁଆ ବସଷ୍ଟାଣ୍ଡରୁ ଯାତ୍ରୀବାହୀ ବସ ଗୁଡିକ କେନ୍ଦ୍ରାପଡାର କୌଣସି କଲେଜର ଛାତ୍ରଛାତ୍ରୀମାନଙ୍କୁ ବସରେ ଉଠାଉନଥିବାରୁ ଏହାର ପ୍ରତିବାଦରେ ସେହି ଅଞ୍ଚଳର ଛାତ୍ରଛାତ୍ରୀମାନେ ରାସ୍ତା ଅବରୋଧ କରିଥିଲେ । ଚଉଦକୁଲାଟ ଫାଣ୍ଡି ପୁଲିସର ହସ୍ତକ୍ଷେପ ଫଳରେ ଗୋଗୁଆ ଛକରୁ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top