ବସ ଓ ବୋଲେରୋ ମଧ୍ୟରେ ଧକ୍କା;୩ ମୃତ

ଅନୁଗୋଳ,୬/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା କିଶୋର ନଗର ଥାନା ଅଧିନସ୍ଥ ୫୫ନମ୍ବର ଜାତୀୟ ରାଜପଥ ଚମ୍ପାପୁର ନିକଟରେ ଏକ ବସ ଓ ବୋଲେରୋ ମଧ୍ୟରେ ଧକ୍କା ହେବା ଫଳରେ ଅନ୍ୟୁନ ୩ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ,ଗୁରୁବାର ବିଳମ୍ବିତ ରାତିରେ ସୁଶ୍ରୀ ନାମକ ଯାତ୍ରୀବାହୀ ବସ ଯାଜପୁରରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବାବେଳେ ଏକ ବୋଲେରୋରେ ୭ଜଣ ବ୍ୟକ୍ତି ଛତିଶଗଡ଼ରୁ ପୂରୀ ଆଡ଼କୁ ଯାଉଥିଲେ। ଏହି ସମୟରେ ମୁହାଁମୁହିଁ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ଗୋପାଳ ଦେବାଙ୍ଗନ ଓ ଅଶୋକ ଦେବାଙ୍ଗନ ନାମକ ୨ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ। ଶିବ ଯାଦବ ନାମକ ବ୍ୟକ୍ତିଙ୍କୁ ବୁର୍ଲା ମେଡ଼ିକାଲ ନେବାବେଳେ ମୃତ୍ୟୁ ଘଟିଥିଲା। ଅନ୍ୟ ୩ଜଣ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ରେଢ଼ାଖୋଲ,କିଶୋର ନଗର ଚିକିତ୍ସାଳୟରେ ଏବଂ ଅନ୍ୟ ଜଣକୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Leave a Reply

Your email address will not be published. Required fields are marked *