ବସ୍ ଓଲଟି ୨୦ ରୁ ଉର୍ଦ୍ଧ୍ୱ ଆହତ

ଭଦ୍ରକ, ୨୧ା୭ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକରୁ ବାସୁଦେବପୁର ଯାଉଥିବା ‘ବେଲେଶ୍ୱର’ ନାମକ ଏକ ଘରୋଇ ଯାତ୍ରୀବାହୀ ମିନିବସ୍ ବେକମୋଡି ଛକ ନିକଟରେ ଭାରାସାମ୍ୟ ହରାଇ ନୟନଯୋରୀକୁ ଓଲଟି ପଡିବା ଫଳରେ ୨୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଯାତ୍ରୀବାହୀ ବସ୍ଟି ନିଜର ଗନ୍ତବ୍ୟ ସ୍ଥଳକୁ ଯାଉଥିବାବେଳେ ସମ୍ମୁଖରେ ଏକ ଗାଈକୁ ବଂଚାଇବାକୁ ଯାଇ ନିଜର ଭାରସାମ୍ୟ ହରାଇ ନିକଟସ୍ଥ ନୟନଯୋରୀକୁ ଓଲଟିପଡିଥିଲା। ଫଳରେ ବାସୁଦେବପୁରର ପୂର୍ଣ୍ଣଚନ୍ଦ୍ର ସାହୁ, କ୍ଷୀତିଶ ଶତପଥୀ, ଏଡତାଳର ତପସ୍ୱିନୀ ଦାସ, ସୁଶ୍ରୀ ଲିପିକା ବେହେରା, ଘନଶ୍ୟାମ ପଲେଇ, କୈଳାସ ମହାଳିକ, ଇରମର ଗିରିଧାରୀ ବେହେରା, ରତାଙ୍ଗର ରବିନ୍ଦ୍ର ସାହୁ, ସାବରପୁର ସାଇଦ୍ ଖାଁ, ବିରଂଚିପୁରର ମନ୍ଦାକିନୀ ଗୋଚ୍ଛାୟତ, ମାନଗଡର ଲକ୍ଷ୍ମୀପ୍ରିୟା ଦଳାଇ, ମନୋରଂଜନ ସାହୁ, ଅଣ୍ଡରାଇର ଗୀତାଞ୍ଜଳି ବାରିକ, ଜୟକୃଷ୍ଣପୁରର ପଦ୍ମାବତୀ ବାରିକ, ବ୍ରାହ୍ମଣୀଗାଁର ସୁକାନ୍ତି ସାହୁ, ବିନାୟକପୁରର ପ୍ରଦୀପ ବାରିକ, କୃଷ୍ଣପୁରର ଶଙ୍କର ପଲେଇ, ସୁଗୋର ସୌଦାମିନୀ ଗିରି, ଚନ୍ଦନ ନାୟକ, କଲ୍ୟାଣପୁରର ଗୋବିନ୍ଦ ନାୟକ ଓ ଲୁଙ୍ଗାର ଦୟାନିଧି ଜେନା ପ୍ରମୁଖ ୨୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ଏହି ଦୁର୍ଘଟଣାରେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ବିଭିନ୍ନ ଯାନବାହନ ଯୋଗେ ବାସୁଦେବପୁର ଓ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଆଶୁ ଚିକିତ୍ସା ପରେ ନିଜ ଘରକୁ ଫେରିଯାଇଥିବାବେଳେ କେତେକ ଏବେବି ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ସ୍ଥାନୀୟ ପୁଲିସ୍ ପହଞ୍ଚି ଏକ ମୋକଦ୍ଦମା ରୁଜୁ କରିବା ସହ ଗାଡିଟିକୁ ଜବତ କରି ତଦନ୍ତ କରୁଥିବାର ଜଣାପଡିଛି।

Leave a Reply

Your email address will not be published. Required fields are marked *