ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ୯ଟି ପୌରାଞ୍ଚଳର ୨,୦୦୦ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦେଲେ ମୁଖ୍ୟମନ୍ତ୍ରୀ – ଗରୀବ ଲୋକଙ୍କ ଖୁସି, ମୋର ଖୁସି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୭ ମଇ (ଓଡ଼ିଆ ପୁଅ) ଆଜି ଛତ୍ରପୁରଠାରେ ଆୟୋଜିତ ଏକ ଐତିହାସିକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଓ ପୁରୀ ଜିଲ୍ଲାର ୯ଟି ପୌରାଞ୍ଚଳର ୨,୦୦୦ ବସ୍ତିବାସିନ୍ଦାଙ୍କ ପରିବାରକୁ ଜମିପଟ୍ଟା ପ୍ରଦାନ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଗରୀବ ଲୋକଙ୍କ ଖୁସି, ମୋର ଖୁସି। ସହରର ବସ୍ତିମାନଙ୍କରେ ରହୁଥିବା ଗରୀବ ଲୋକଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ରାଜ୍ୟ ସରକ, ସେମାନଙ୍କୁ ଜମି ଅଧିକାର ପ୍ରଦାନ କରିବା ନିଷ୍ପତ୍ତି ନେଇଛନ୍ତି। ସାରା ଦେଶର ବିକାସ ଇତିହାସରେ ଏହାକୁ ଏକ ନୂଆ ଘଟଣା ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ଗରୀବ ଲୋକ ତାଙ୍କ ଅଧିକାର ଦେବା କ୍ଷେତ୍ରରେ ଓଡିଶା ଆଜି ଇତିହାସ ସୃଷ୍ଟି କରିଛି ଓ ଅନ୍ୟମାନଙ୍କୁ ମାର୍ଗ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗରୀବ ଲୋଜୀର ସଶକ୍ତିକରଣ ପାଇଁ ତାଙ୍କ ସରକାର ସବୁବେଳେ କାମ କରିଚାଲିଛନ୍ତି ଓ ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ। ରାଜ୍ୟ ସରକାରଙ୍କର ଏହି ନିଷ୍ପତି ବସ୍ତିରେ ରହୁଥିବା ଗରିବ ଲୋକଙ୍କୁ ସମ୍ମାନର ସହ ସେମାନଙ୍କ ଜୀବନ ନିର୍ବାହ ପାଇଁ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏକ ନୂତନ ବିଶ୍ଵର ମାର୍ଗଦର୍ଶକ ଭାବରେ ଓଡ଼ିଶାର ଏହି ଯୁଗାନ୍ତକାରୀ ଭୂମିକା ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ସେ ଅତ୍ୟନ୍ତ ଖୁସି ଏବଂ ଏହାକୁ ସଫଳ ଭାବରେ ଆଗେଇ ନେବାପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *