ଜିଲ୍ଲା ପରିକ୍ରମା

ବସ୍ତି ଓ ଆଶ୍ରମ ଶିଶୁଙ୍କ ସହ ଦୀପାବଳୀ ପାଳିଲେ ସାମାଜିକ କର୍ମୀ

ସମ୍ବଲପୁର, ୮/୧୧ (ଓଡ଼ିଆ ପୁଅ) – ସମାଜସେବୀ ମନୋଭାବର ବହୁ ବ୍ୟକ୍ତି ଅନାଥାଶ୍ରମ ଏବଂ ବସ୍ତି ମାନଙ୍କୁ ଯାଇ ସେଠାର ଶିଶୁମାନଙ୍କ ସହିତ ଦୀପାବଳି ପାଳନ କରିଥିଲେ। ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ନିଜ ସହକର୍ମୀମାନଙ୍କ ସହିତ ଏକ ବାଳାଶ୍ରମର ଓ ବସ୍ତି ଅଞ୍ଚଳର ଶିଶୁଙ୍କ ସହ ଦୀପାବଳି ପାଳନ କରିଥିଲେ।

ସେହିଭଳି ସ୍ୱାଭିମାନ ସମ୍ବଲପୁର ସଂଗଠନ ପକ୍ଷରୁ ଧନକଉଡ଼ା ଠାରେ ବୀର ସୁରେନ୍ଦ୍ର ସାଏ ବାଳାଶ୍ରମ ଠାରେ ‘ଆସ ବାଣ ନୁହେଁ, ହସ ଫୁଟାଇବା’ କାର୍ଯ୍ୟକ୍ରମ ଚତୁର୍ଥ ବର୍ଷ ପାଇଁ ପାଳନ କରାଯାଇଥିଲା। ଏଥରେ ଅନ୍ତେବାସୀମାନଙ୍କ ମଧ୍ୟରେ ନୃତ୍ୟ, ସଂଗୀତ ଏବଂ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତାର ଅୟୋଜିତ କରାଯାଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଅନ୍ତେବାସୀମାନଙ୍କ ସହ ଭାବବିନିମୟ ଉତ୍ତାରୁ ସାମୂହିକ ଭୋଜନରେ ଉପସ୍ଥିତ ସଂଗଠନର କର୍ମକର୍ତ୍ତା ଓ ଅତିଥିମାନେ ଅଂଶଗ୍ରହଣ କରିଥିଲେ। ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ବହିଦାର, ସାମ୍ବାଦିକ ରାଜାରାମ ପାଢ଼ୀ, ରତ୍ନାକର ଭୋଇ, ବ୍ରଜମୋହନ ସାହୁ, ସାମାଜିକ କର୍ମୀ ଶିଶିର ବହିଦାର, ଦେବେନ୍ତ ବେହେରା, ଜତିନ ବେହେରା, ମନୋଜ କଣ୍ଟା, ବିକି ସିଂହ, ସତ୍ୟବାନ ବାଗ, କ୍ଷିତୀଶ ନାଏକ. ଯତୀନ ବେହେରା, ରଶ୍ମୀରଞ୍ଜନ ବେହେରା, ବିକାଶ ମେହେର, ସମୀର ହୋତା ପ୍ରମୁଖ ସଂଗଠନର ବହୁ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top