ବଳରାମ କୋଇଲାଖଣିରେ ହାଇୱା ଓ ଟ୍ରକ ମଧ୍ୟରେ ଧକ୍କା; ଜଣେ ମୃତ

ତାଳଚେର,୨୧/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଏମ୍.ସି.ଏଲ.ର ବଳରାମ କୋଇଲାଖଣିର ଜିରୋ ପଏଂଟଠାରେ ବୁଧବାର ଅପରାହ୍ନରେ ଖଣିରେ ନିୟୋଜିତ ଏକ ଘରୋଇ କମ୍ପାନୀର ହାଇୱା ଏବଂ ଏକ କୋଇଲା ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ହାଇୱା ଚାଳକର ମୃତ୍ୟୁ ଘଟିଛି । ମୃତକ ଜଣକ ତାଳଚେର ବ୍ଲକ କଙ୍କିଳି ଗ୍ରାମର ବନମାଳୀ ପ୍ରଧାନଙ୍କ ପୁତ୍ର ସନ୍ତୋଷ କୁମାର ପ୍ରଧାନ(୩୪) ବୋଲି ଜଣାପଡ଼ିଛି । ଦୁର୍ଘଟଣାରେ ସନ୍ତୋଷଙ୍କ ମୁତୁ୍ୟ ପରେ ଘଟଣାସ୍ଥଳରେ ଉତେଜନା ଦେଖାଦେଇଛି । ନିଯୁକ୍ତି ଏବଂ କ୍ଷତିପୂରଣ ଦାବୀରେ ଲୋକେ ଖଣି ବନ୍ଦ ଆନେ୍ଦାଳନ ଆରମ୍ଭ କରିଛନ୍ତି । ଯାହାକି ସନ୍ଧ୍ୟାପରେ ମଧ୍ୟ ଜାରି ରହିଛି । ମୃତକଙ୍କ ଶବକୁ ନେହେରୁ ଶତାବ୍ଦୀ କେନ୍ଦ୍ରୀୟ ଚିକିତ୍ସାଳୟରେ ରଖାଯାଇଛି ।

Leave a Reply

Your email address will not be published. Required fields are marked *