ମାଲକାନଗିରି,୨୫ା୮ (ଓଡିଆ ପୁଅ ) ମାଲକାନଗିର ଜିଲ୍ଲା ଅତିରିକ୍ତ ଜିଲ୍ଲାଦୌରା ଜଜ୍ ତଥା ସ୍ୱତନ୍ତ୍ର ଜଜ୍ ଶୁକ୍ରବାର ଦିନ ଜଣେ ବଳତ୍କାକାରି ଙ୍କୁ ୧୦ବର୍ଷଜେଲ ସହ ୨୦ହଜାରଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ମାଲକାନଗିରି ଥାନାସ୍ଥ ଏମଭି୮୩ଗ୍ରାମର ବିଶ୍ୱଜିତ ନାମକ ଯୁବକ ଗତ୨୦୧୫ମସିହାରେ ସେହି ଗ୍ରାମର ଜଣେ ଭିନ୍ନ କ୍ଷମ ନାବାଳିକା ସହିତ ଦୁଷ୍କର୍ମ କରିଥିଲେ । ପିଡିତାଙ୍କ ଭାଇ ଏ ସଂପର୍କରେ ମାଲକାନଗିରି ଥାନାରେ ଅଭି ଯୋଗ କରିବା ପରେ ପୁଲିସ ବିଶ୍ୱଜିତଙ୍କୁ ଗିରଫକରି କୋର୍ଟଚାଲାଣ କରିଥିଲେ ।ସେବାଠାରୁ ଉକ୍ତ ମାମଲା ବିଚାରଧିନ ଥିଲା ,ଶୁକ୍ରବାର ଦିନ ଏହି ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲାଦୌରା ଜଜ୍ ପ୍ରଜ୍ଞାନଳିନୀ ମିଶ୍ର ସମସ୍ତ ସାକ୍ଷ୍ୟପ୍ରମାଣକୁ ବିଚାରକୁ ନେଇ ଅଭିଯୁକ୍ତ ବିଶ୍ୱଜିତଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜରିମାନା କରିଛନ୍ତି ।୨୦ହଜାର ଟଙ୍କା ଜରିମାନା ଅନେଦେୟ ହେଲ ଅଧିକ ୬ମାସ ଜେଲଦଣ୍ଡ ଭଗିବାକୁ ପଡିବ ବୋଲି ରାୟରେ ଶୁଣାଇଛନ୍ତି । ଏହି ମକଦ୍ଦମା ଟିକୁ ସରକାରି ଓକିଲ ଲମ୍ବୋଧର ତୁରୁକ ପରିଚାଳନା କରିଥିଲେ ।
