ଆନ୍ତର୍ଜାତୀୟ

ବଲିଉଡ଼୍ ଅଭି‍ନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରୀକାର ଗାୟକ ନିକ୍ ଜୋନାସ୍ ଙ୍କ ହେଲା ନିର୍ବନ୍ଧ, ଅକ୍ଟୋବର ହୋଇପାରେ ବିବାହ!

ମୁମ୍ବାଇ ୨୭-୭ (ଓଡ଼ିଆ ପୁଅ) ବଲିଉଡ଼୍ ଅଭ‍ିନେତ୍ରୀ ପ୍ରିୟଙ୍କା ଚୋପଡ଼ା ଆମେରୀକାର ସିଙ୍ଗର ନ‍ିକ ଜୋନାସଙ୍କ ସହିତ ବିବାହ କରିବାକୁ ଯାଉଛନ୍ତି। ର‍ିପୋର୍ଟ୍ସ ମୁତାବକ ଦୁଇଜଣଙ୍କ ମଧ୍ୟରେ ନିର୍ବନ୍ଧ ହୋଇଯାଇଛି। ଅକ୍ଟୋବରରେ ଦୁଇଜଣ ବିବାହ କରିବେ। People.com ର ଖବରରୁ ପ୍ରିୟଙ୍କା ଏବଂ ନ‍ିକଙ୍କର ବିବାହର ଖବର ପୁଷ୍ଟି ହୋଇଛି। ୱେବସାଇଟ ସୂତ୍ରରୁ ମିଳିଥିବା ସୂଚନା ମୁତାବ‍କ ପ୍ରିୟଙ୍କା ଚୋପଡ଼ା ଏକ ସପ୍ତାହ ପୂର୍ବରୁ ନିଜର ଜନ୍ମରେ ନ‍ିକ ଜୋନାସଙ୍କ ସହିତ ନିର୍ବନ୍ଧ କରିଛନ୍ତି। ୱେବସାଇଟ ମୁତାବ‍କ, ନ‍ିକ ଜୋନାସ ନ୍ୟୁୟର୍କର ଏକ ଜ୍ଵୈଲରୀ ଦୋକାନରୁ ଷ୍ଟୋନର ପ୍ରିୟଙ୍କା ଙ୍କ ପାଇଁ ବେଶ୍ ଦାମି ର‍ିଂଗ କିଣିଥିଲେ। ସୂତ୍ରରୁ ଜଣାପଡ଼ିଛି କି ଯେତେବେଳେ ନିକ୍ ଷ୍ଟୋ‍ରେର ପହଁଞ୍ଚିଥିଲେ ସେତେବେଳେ ସେ ଷ୍ଟୋର ବନ୍ଦ କରିଦେଇଥିଲେ ଏବଂ ଶପ‍ିଂଗ କରିଥିଲେ। ଭିତରେ ଉପସ୍ଥିତ ଲୋକମାନେ ୱେବସାଇଟକୁ କହିଛନ୍ତିଯେ, ନ‍ିକ ବହୁତ ଖୁସିଥିଲେ। ମିଡ଼ିଆ ର‍ିପୋର୍ଟ୍ସ ମୁତାବକ ପ୍ରିୟଙ୍କା ଏବଂ ନ‍ିକ ଅକ୍ଟୋବରରେ ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି। ପ୍ରିୟଙ୍କା ଏବଂ ନ‍ିକ ଜୋନାସ ବହୁତ ସମୟ ହେବ ପରଷ୍ପରକୁ ଡେଟ କରୁଥିଲେ। କିଛିଦିନ ତଳେ ନ‍ିକ ପ୍ରିୟଙ୍କାଙ୍କର ମା’ ମଧୁ ଏବଂ ତାଙ୍କର ପର‍ିବାରର ବାକୀ ଲୋକମାନଙ୍କ ସହ ସାକ୍ଷାତ କରିଥିଲେ।

https://twitter.com/aliabbaszafar/status/1022673504536129541

ଅପର ପକ୍ଷରେ ବିବାହ ପାଇଁ ପ୍ରିୟଙ୍କା ଚୋପଡ଼ା ସଲମାନ ଖାନଙ୍କର ଫ‍ିଲ୍ମ ‘ଭାରତ’ ଛାଡ଼ି ଦେଇଛନ୍ତି। ଫ‍ିଲ୍ମ ଡାଇରେକ୍ଟର ଅଲୀ ଅବ୍ବାସ ଜଫର ଏହି ଖବରର ପୁଷ୍ଟି କରିଛନ୍ତି। ଅଲୀ ଅବ୍ବାଫସ ଜଫର ଟ୍ଵୀଟ କରି ପ୍ରିୟଙ୍କା ଏବେ ଭାରତର ପାର୍ଟ ନୁହେଁ ବୋଲି କହିଛନ୍ତି।

https://www.instagram.com/p/BluZ00pHzce/?utm_source=ig_embed&utm_campaign=embed_loading_state_control

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top