ad
କେନ୍ଦୁଝର

ବଲାଣିରେ ଚୋରା ମଦ କାରବାର : ୧୬୨ ବୋତଲ ବିଦେଶୀ ମଦ ସହ ୪ ଗିରଫ

ବଡବିଲ ୧୧ା୩ (ଓଡିଆ ପୁଅ/ସିତାରାମ ଦୀକ୍ଷିତ) ଆଜି ବଲାଣି ପୋଲିସ ୪ଟି ସ୍ଥାନରେ ଚଢ଼ାଉ କରି ୧୬୨ ବୋତଲ ବିଦେଶୀ ମଦ ଜବତ କରିବା ସହ ଚୋରା ମଦ ରଖିଥିବା ଅଭିଯୋଗରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ସହ ଏକ ଆକ୍ଟିଭାକୁ ମଧ୍ୟ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ବଲାଣି ଶାନ୍ତି ନଗର ଅଞ୍ଚଳର ରାଜେଶ ସତନାମୀ ଓ ଚୈତନ୍ୟ ସାହୁ, ଗୁରୁଦ୍ୱାରା ହଟିଂର ଉପେନ୍ଦ୍ର ସିଂ ଓ ଦୀପକ ପ୍ରସାଦ। ବଲାଣି ଥାନାଧିକାରୀ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିବା ଜଣାପଡିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top