ବଲାଙ୍ଗୀର ଜିଲ୍ଲା ଗୁଡଭେଗାଠାରେ ଅନୁଷ୍ଠିତ ମିଶ୍ରଣ ପର୍ବ ଅବସରରେ ଜିଲ୍ଲାବାସୀ ଭାରତୀୟ ଜନତା ପାର୍ଟିକୁ ଆପଣାଇଛନ୍ତି : କେଭି ସିଂହଦେଓ

– ବିଜେଡିର ଗୁଡଭେଲା ବ୍ଲକ ଅଧ୍ୟକ୍ଷଙ୍କ ସହିତ ବହୁ ସମିତି ସଭ୍ୟ ଓ ସରପଂଚ ବିଜେପିରେ ଯୋଗଦାନ
– ଜିଲ୍ଲାବାସୀଙ୍କ ଆସ୍ଥାକୁ ବଜାୟ ରଖିବ ବିଜେପି

ଭୁବନେଶ୍ୱର, ତା.୦୮/୧୧(ଓଡ଼ିଆ ପୁଅ): ଭାରତୀୟ ଜନତା ପାର୍ଟି ପ୍ରତି ସାଧାରଣ ରାଜ୍ୟବାସୀଙ୍କ ଆସ୍ଥା ବୃଦ୍ଧି ପାଇବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ଗରିବ ଓ ଜନକଲ୍ୟାଣ ଯୋଜନାର ସଫଳ ରୁପାୟନ ଏବଂ କାର୍ଯ୍ୟକାରିତାକୁ ରାଜ୍ୟବାସୀ ଭଲ ଭାବେ ହୃଦୟଙ୍ଗମ କରିପାରିଛନ୍ତି। ଅନ୍ୟ ପକ୍ଷରେ ଅପାରଗ, ସ୍ଥାଣୁ ଓ ଭ୍ରଷ୍ଟାଚାରୀ ଶାସକ ବିଜେଡି କାରଣରୁ ରାଜ୍ୟର ବିକାଶ ବାଧାପ୍ରାପ୍ତ ହୋଇଛି। ଶିକ୍ଷା, ସ୍ୱାସ୍ଥ୍ୟ ସେବାଠୁ ଆରମ୍ଭ କରି ଚାଷ ଓ ଚାଷୀ ସମସ୍ୟା, ଦାଦନ, ପାନୀୟ ଜଳ, ବିଜୁଳି ଆଦି ମୈାଳିକ ସମସ୍ୟାର ସମାଧାନ ପାଇଁ ଶାସକ ବିଜେଡିର ଆଦୈା ସାମର୍ଥ୍ୟ ନାହିଁ। ଏକ ଶ୍ରେଷ୍ଠ ବିକଳ୍ପ ଭାବେ ବିଜେପି ରାଜ୍ୟବାସିଙ୍କ ସମ୍ମୁଖରେ ଉପସ୍ଥାପିତ ହୋଇଛି। ଶାସକ ବିଜେଡିର ମନୋମୁଖୀ କାର୍ଯ୍ୟକଳାପରେ ଜନତାଠୁ ଆରମ୍ଭ କରି ତାଙ୍କ ଦଳର ନେତୃବୃନ୍ଦ ଓ କାର୍ଯ୍ୟକର୍ତା ହନ୍ତସନ୍ତ। ବିଶେଷ ଭାବେ ବଲାଙ୍ଗୀର ଜିଲ୍ଲାବାସୀ ଶାସକ ବିଜେଡିକୁ ପ୍ରତ୍ୟାଖାନ କରି ଭାରତୀୟ ଜନତା ପାର୍ଟିକୁ ଆପଣାଇଛନ୍ତି। ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ଅନ୍ୟ ରାଜନୈତି ଦଳର ନେତା ଓ କର୍ମୀ ବିଜେପିରେ ସାମିଲ ହେଉଛନ୍ତି ଏବଂ ଏହି ଧାରା ଆଗକୁ ଆହୁରି ବୃଦ୍ଧି ପାଇବ ବୋଲି ଆଜି ବଲାଙ୍ଗୀର ଜିଲ୍ଲା ଗୁଡଭେଗାଠାରେ ଅନୁଷ୍ଠିତ ମିଶ୍ରଣ ପର୍ବ ଅବସରରେ ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି।

ଏହି ମିଶ୍ରଣ ପର୍ବରେ ଏହି ଅଂଚଳର ବିଜେଡିର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ବର୍ତମାନ ଗୁଡଭେଲା ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଶୋକ ଦୋରା ଅନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଥିଲେ। ତାଙ୍କ ସହିତ ସରପଂଚ ରାଜେଶ୍ୱରୀ ମାଝୀ, ଦେଉଲଗୁଡି ଗ୍ରାମପଂଚାୟତ ସରପଂଚ ସରୋଜ ମଲ୍ଲିକ, ସମରା ସରପଂଚ ରବିନ୍ଦ୍ର ପଧାନ, ବିରାମୁଣ୍ଡା ସରପଂଚ ଜୟଶ୍ରୀ ଭୋଇ, ରୁଷୁଡା ଗ୍ରାମ ପଂଚାୟତ ସରପଂଚ ସୁବିଧା ବେହେରା, ଜାମୁଟ ଗ୍ରାମ ପଂଚାୟତ ସରପଂଚ ହରି ମାଝୀ, ଗମ୍ଭାରୀଗୁଡା ସରପଂଚ ଗିତାଞ୍ଜଳି ଭୋଇ, ବ୍ଲକ ଉପାଧ୍ୟକ୍ଷ ନଳିନୀ ସେଠ, ନୁଆପଡା ଗ୍ରାମ ପଂଚାୟତ ସମିତି ସଭ୍ୟା ତପସ୍ୱିନି ମଲ୍ଲିକ, ଘୁନା ସମିତି ସଭ୍ୟା ସନ୍ତୋଷିନି ଭୋଇ, ଗୁଡଭେଲା ସମିତି ସଭ୍ୟ ଚିତ୍ରସେନ ଭୋଇ, ବଡଙ୍ଗୁମୁଣ୍ଡା ସମିତି ସଭ୍ୟ ସିତୁ କୁମାର ପ୍ରଧାନ, ରୁଷୁଡା ସମିତିସଭ୍ୟ ତୁକାରାମ ପାଣିଗ୍ରାହୀ, ବିମ୍ବାଧର ଧରୁଆ ଇଶ୍ୱର ବାଗ, ଧୁବେଇ ମନହିରା, ରମା ମହାପାତ୍ର, କୁମୁଦ୍ର ରଣା, ଗୌର ରଣାଙ୍କ ସହିତ ବହୁ ହଜାର ହଜାର ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।

ଏହି ମିଶ୍ରଣ ପର୍ବରେ ପୂର୍ବତନ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ଜିଲ୍ଲା ସଭାପତି ଭକ୍ତବନ୍ଧୁ ନାଏକ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶିବାଜୀ ମହାନ୍ତି ପ୍ରମୁଖଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *