ବଲାଙ୍ଗୀର ଜିଲ୍ଲାରେ ଖୋଲାଖୋଲି ଭାବେ ବେଆଇନ ନିଶା କଫ ସିରଫର କାରବାର

ବଲାଙ୍ଗୀର ୨୧-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାରେ ଖୋଲା ଖୋଲି ଭାବେ ବ୍ୟାପକ ବେଆଇନ ନିଶା କଫ ସିରଫର କାରବାର ଦୀର୍ଘ ଦିନ ଧରି ଚାଲି ଆସୁଥିବା ବେଳେ ପ୍ରଶାସନ ସମ୍ପୂର୍ଣ୍ଣ ନିରବ ଦ୍ରଷ୍ଟା ନେଇ ବୁଦ୍ଧିଜୀବି ମହଲ ଓ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ଅସନ୍ତୋଷ ପ୍ରକାଶ ପାଉଛି। ପ୍ରକାଶ ଯେ ଏହି ଜିଲ୍ଲାକୁ ବିଭିନ୍ନ ଅଂଚଳ ଓ ନିକଟସ୍ଥ ରାଜ୍ୟର ରାୟପୁର ଅଞ୍ଚଳରୁ ବ୍ୟାପକ ଭାବେ ନିଶା କଫ ସିରଫ ଚାଲାଣ ହୋଇ ଆସିବା ଓ କେତେକ ଅସାଧୁ ଲାଭଖୋର ବ୍ୟବସାୟୀ ଶହେରୁ ଦୁଇଶହ ଟଙ୍କାରେ ବିକ୍ରି କରିବା ଦ୍ୱାରା ନୂତନ ଯୁବ ବର୍ଗ ଛାତ୍ର ଗୋଷ୍ଟି ଏ ନିଶା ସେବନ କରି ପଥଭ୍ରଷ୍ଟ ହୋଇ ବିଭିନ୍ନ ଅସାମାଜିକ କାର୍ୟ୍ୟ କଳାପ କରି ଆସୁଛନ୍ତି। ଏହି ନିଶା ଔଷଧରେ ଡ୍ରଗ୍ସ ମିଶି ରହିଥିବା ଜଣାଯାଇଛି। ବଲାଙ୍ଗୀର ସହର ଓ ଏହି ଜିଲ୍ଲାର ପାଟଣାଗଡ, ବେଲପଡା ଆଦି ଅଂଚଳ ରେ ଗୋଦାମ ଭରିକରି ଚୋରାରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ଚାଲିଥିବା ବେଳେ ଉଚ୍ଚପଦାଧୀକାରୀ ଜାଣିସୁଧା ନିରବ ଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନ ଓ ସରକାରୀ କାର୍ଯ୍ୟାଳୟ ଗୁଡିକର ପରିସ୍ରାଗାର ତଥା ବିଭିନ୍ନ ସ୍ଥାନରେ ଖୋଲା ସହ ସହ ସଂଖ୍ୟାରେ ଏହି ବୋତଲ ମାନ ପଡି ରହିଥିବା ଦେଖା ଯାଉଛି। ବଲାଙ୍ଗୀର ଜିଲ୍ଲା ଜିବେଦୟା ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ଏହା ତୁରନ୍ତ ବନ୍ଦ ପାଇଁ ଲିଖିତ ଆବେଦନ କରାଯାଇଛି। ଏସ୍କଫ ନାମକ ଏହି ସିରଫ ଓ ଅନ୍ୟାନ୍ୟ ନିଶା ସିରଫ ତୁରନ୍ତ ବନ୍ଦ କରିବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *