ଓଡ଼ିଶା

ବଲାଙ୍ଗୀରରେ ଯୁବ ମୋର୍ଚା ଦ୍ୱାରା ଆୟୋଜିତ ବିଶାଳ ଯୁବ ସମାବେଶରେ ଉଦବୋଧନ ମୋଦି ସରକାର ଓଡିଶା ସମେତ ପୂର୍ବ ଭାରତର ବିକାଶ ପାଇଁ ଭଣ୍ଡାର ଘର ଖୋଲି ଦେଇଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

– ବିଭିନ୍ନ ଯୋଜନାରେ ପୂବ ର୍ ସରକାରମାନଙ୍କ ତୁଳନାରେ ପ୍ରଚୁର ଅର୍ଥ ଆସୁଛି ଓଡିଶାକୁ
– ରାଜ୍ୟରେ ଥିବା ବିଜେଡି ସରକାର ସାଧାରଣ ଗରୀବ ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ଏହି ଲାଭ ପହଂଚାଉ ନାହିଁ
– ଯୋଜନାର ଲାଭକୁ ଦଳୀୟ ଆଧାରରେ ଓ ହାତଗୁଂଜା ଆଧାରରେ ବଂଟାର ପ୍ରତିବାଦ କରିବାକୁ ଯୁବ ପୀଢୀକୁ ଆହ୍ୱାନ
– ଗରୀବ ଓ ସାଧାରଣ ଲୋକଙ୍କ ହକ ଓ ସ୍ୱାର୍ଥ ରକ୍ଷା ବିନା ନୂଆ ଓଡିଶା ଗଠନ ଅସମ୍ଭବ
– ଅପ୍ରିଲ ମେ ଓ ଜୁନ ମାସରେ ବ୍ଲକ ଓ ଜିଲ୍ଲାପରିଷଦ ସ୍ତରର ହାଟ ବଜାର ମାନଙ୍କରେ ଜଳ ଛତ୍ର ଖୋଲନ୍ତୁ ଯୁବ ମୋର୍ଚା କାର୍ଯ୍ୟକର୍ତା
ବଲାଙ୍ଗୀର, ୦୫ ଏପ୍ରିଲ (ଓଡ଼ିଆ ପୁଅ) – ମୋଦି ସରକାର ଓଡିଶା ସମେତ ପୂର୍ବ ଭାରତର ବିକାଶ ପାଇଁ ଭଣ୍ଡାର ଘର ଖୋଲି ଦେଇଛନ୍ତି ବୋଲି ବଲାଙ୍ଗୀରରେ ଯୁବ ମୋର୍ଚା ଦ୍ୱାରା ଆୟୋଜିତ ବିଶାଳ ଯୁବ ସମାବେଶରେ ଉଦବୋଧନ ଦେଇ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଭିନ୍ନ ଯୋଜନାରେ ପୂର୍ବରୁ ଥିବା କେନ୍ଦ୍ର ସରକାର ମାନଙ୍କ ତୁଳନାରେ ପ୍ରଚୁର ଅର୍ଥ ଓଡିଶା ପାଇଁ ଆସୁଥିବା ବେଳେ ରାଜ୍ୟରେ ଥିବା ବିଜେଡି ସରକାର ସାଧାରଣ ଗରୀବ ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ଏହି ଲାଭ ପହଂଚାଉ ନ ଥିବା ଅଭିଯୋଗ କରିଛନ୍ତି ଶ୍ରୀ ପ୍ରଧାନ।

ଯୋଜନାର ଲାଭକୁ ଦଳୀୟ ଆଧାରରେ ଓ ହାତଗୁଂଜା ଦେଉଥିବା ଲୋକଙ୍କୁ ମିଳୁଥିବାରୁ ଯୁବ ମୋର୍ଚାର କାର୍ଯ୍ୟକର୍ତା ମାନେ ମୋଦିଙ୍କ ଅର୍ଥର ଚୋରିଚପାଟିକୁ ବନ୍ଦ କରିବାକୁ ଆଗେଇ ଆସିବାକୁ ଆହ୍ୱାନ ଜଣାଇଛନ୍ତି ଶ୍ରୀ ପ୍ରଧାନା ଗରୀବ ଓ ସାଧାରଣ ଲୋକଙ୍କ ହକ ଓ ସ୍ୱାର୍ଥ ରକ୍ଷା ବିନା ନୂଆ ଓଡିଶା ଗଠନ ଅସମ୍ଭବ ବୋଲି କହିବା ସହ ଗରୀବ ଲୋକଙ୍କର ହକକୁ ଛଡେଇ ନେବାର ଅଧିକାର ଗଣତନ୍ତ୍ରରେ କାହା ପାଖରେ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର ପହଂଚାଇବା ପାଇଁ ପୂର୍ବରୁ ଇନ୍ଦିରା ଆବାସ ଯୋଜନାରେ ଏହାର ମୂଲ୍ୟ ୭୫ ହଜାର ଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏହାର ମୂଲ୍ୟ ଦେଢ ଲକ୍ଷ ଟଙ୍କା କରାଯାଇଛି ଓ ଭାରତ ସରକାର ଏଥି ପାଇଁ ଏକ ଲକ୍ଷ ଟଙ୍କା ଦେଉଛନ୍ତି। ଲୋକଙ୍କୁ ମିଳୁଥିବା ଟଙ୍କିକିଆ ଚାଉଳରେ କେନ୍ଦ୍ର ୨୯ ଟଙ୍କା ଓ ରାଜ୍ୟ ଦୁଇ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ଏହାକୁ ମିଛର ନିଜର ବୋଲି ଦାବି କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ବଲାଙ୍ଗୀରରେ ଉତମ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ପାଇଁ ମେଡିକାଲ କଲେଜ ସ୍ଥାପନା ପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ଯୋଗାଇ ଦେଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଚାଷ କ୍ଷେତକୁ ଜଳସେଚନ ଛାଡନ୍ତୁ ଖରା ଦିନେ ମୁନ୍ଦାଏ ବିଶୁଦ୍ଧ ପାନୀୟ ଜଳ ଓଡିଶା ଲୋକଙ୍କୁ ମିଳୁ ନାହିଁ। ଏପ୍ରିଲ ମେ ଓ ଜୁନ ମାସରେ ଯୁବ ମୋର୍ଚା ତରଫରୁ ବ୍ଲକ ଓ ଜିଲ୍ଲାପରିଷଦ ସ୍ତରର ହାଟ ବଜାର ମାନଙ୍କରେ ଜଳ ଛତ୍ର ଖୋଲି ଜନତା ଜନାର୍ଦନଙ୍କ ସେବା କରିବାକୁ ସେ ଆହ୍ୱାନ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top