ବଲାଙ୍ଗୀରରେ ଗୁଳିମାଡ଼: ଜଣେ ଗୁରୁତର

ଟିଟିଲାଗଡ଼ ୯-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ମାଲିସିରା ଗ୍ରାମରେ ହୋଇଛି ଗୁଳିମାଡ଼। ଅଭିଯୋଗ ଅମୁଯାୟୀ ଆଜି ସଂନ୍ଧ୍ୟା ବେଳେ ମଦନ ପୁଟେଲ ନାମକ ଜଣେ ବ୍ୟକ୍ତି ତାଙ୍କ ଚାଷ ଜମିକୁ ଚାଷ କରିବା ପାଇଁ ଯାଉଥିବା ବେଳେ ସେହି ଗ୍ରମର ତୁଲାରାମ ପୁଟେଲ ନାମକ ଜଣେ ବ୍ୟକ୍ତି ପୂର୍ବ ରାଗରଖି ଗୁଳିମାରି ଫେରାର ହୋଇଯାଇଛି ବୋଲି ଅଭିଯୋଗ ହୋଇଛି। ମଦନଙ୍କ ଛାତିରେ ଦୁଇଟି ଗୁଳି ବାଜିଛି ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *