ଜିଲ୍ଲା ପରିକ୍ରମା

ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ବୈଦେହୀ ପଣ୍ଡାଙ୍କ ଉଦ୍ବୋଧନ ସରକାରୀ ବାଳିକା ହାଇସ୍କୁଲ ଭଦ୍ରକରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଆଲୋଚନା ଚକ୍ର

ଭଦ୍ରକ, ୧୭ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ସରକାରୀ ବାଳିକା  ହାଇସ୍କୁଲ ପରିସରରେ   ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଭଦ୍ରକ ଶାଖା ଆନୁକୁଲ୍ୟରେ  ଏକ ଉଦ୍ବୋଧନ ସଭା  ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସି.ଏଚ୍. ବିଜୟଲକ୍ଷ୍ମୀଙ୍କ    ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଉତ୍ସବ ପ୍ରାରମ୍ଭରେ ଶିକ୍ଷକ ମନୋଜ କୁମାର ସାହୁ ସଭାର ଉଦେ୍ଦଶ୍ୟ ଜ୍ଞାପନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଉକ୍ତ ଉତ୍ସବରେ ବର୍ଷିୟାନ ସ୍ୱାଧିନତା ସଂଗ୍ରାମୀ ବୈଦେହୀ ପଣ୍ଡା  ଯୋଗଦେଇ ସ୍ୱାଧୀନତା ସଂଗ୍ରାମ, ସର୍ବୋଦୟ ଆନେ୍ଦାଳନ, ଚମ୍ବଲ ଦସ୍ୟୁ ମାନଙ୍କର ଆତ୍ମ ସମର୍ପଣ ଓ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ,ବାଲାଂଦେଶ ସ୍ୱାଧୀନତା ସଂଗ୍ରାମ ସମୟରେ ଶରଣାର୍ଥୀମାନଙ୍କର ସେବା ଉପରେ ନିଜର ଅନୂଭୂତି ସମ୍ବନ୍ଧରେ ଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ ଓ ଛାତ୍ରୀମାନେ ଦେଶପ୍ରେମରେ ଉଦ୍ବୁଦ୍ଧ ହୋଇ ଗାନ୍ଧିଜୀ ଓ ବିନୋବାଙ୍କର ସ୍ୱପ୍ନର ଭାରତକୁ ସାକାର କରିବା ପାଉଁ    ଆହ୍ୱାନ ଦେଇଥିଲେ ।  ଭାରତର ସ୍ୱାଧୀନତା ସଂଗ୍ରାମରେ ଜାତିର ଜନକ ଗାନ୍ଧୀଙ୍କ ସହ କାର୍ଯ୍ୟକରିବାର ଅପୂର୍ବ ଅଭିଜ୍ଞତା ବର୍ଣନା ଛାତ୍ରୀମାନଙ୍କ ମନରେ ଗଭୀର ରେଖାପାତ କରିଥିଲା ।ଉକ୍ତ ସଭାରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଭଦ୍ରକ ଶାଖାର ସଂପାଦକ ପ୍ରଫେସର ରାଜକିଶୋର ସାହୁ ଓ ଅନ୍ୟତମ ଆଲୋଚକ ପ୍ରଫେସର ପ୍ରଦୀପ୍ତ ରାୟ ଯୋଗଦେଇ  ନିଜର ବକ୍ତବ୍ୟ  ଉପସ୍ଥାପନ କରିଥିଲେ ।ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କ ବକ୍ତବ୍ୟରେ ଜାତିର ଜନକ ଗାନ୍ଧୀ ବିଶ୍ୱର ଏକ ବିରଳ ବ୍ୟକ୍ତିତ୍ୱ ବୋଲି ମତ ପ୍ରକାଶ କରି ଛାତ୍ରୀ ମାନଙ୍କୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ ।   ଅଲୋଚନା ଚକ୍ରର ଅନ୍ତିମ ପର୍ଯ୍ୟାୟରେ ସ୍ୱାଧୀନତା ସଂଗ୍ରାମୀ ବୈଦେହୀ ପଣ୍ଡା ବିଦ୍ୟାଳୟର ଛାତ୍ରୀ  ସୁମିତ୍ରା ପଣ୍ଡା,ପ୍ରିତୀସୁମନ ବାରିକ, ଭୁମିକାରାଣୀ ଦାଶ, ରାଜଲକ୍ଷ୍ମୀ ଭୋଳ, ପ୍ରିୟଙ୍କା ଦାସ, ଶକ୍ତିରୂପା ପାଲ, ଶୁଭଲକ୍ଷ୍ମୀ ମହାନ୍ତି , ଇପ୍ସିତା ଦ୍ୱିବେଦୀ,ସ୍ୱର୍ଣସ୍ୱରୂପା ନାୟକ,ବର୍ଷାବର୍ଣାଳୀ ବିନ୍ଧାଣୀ,ମନସା ନାଥ,ଶର୍ମିଷ୍ଠା ସାହୁ ପ୍ରମୂଖଙ୍କ ସହ  ମନ୍ତବ୍ୟ ଆଦାନ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ସବିତା ଜେନା ଧନ୍ୟବାଦ  ଅର୍ପଣ କରିଥିଲେ ।   । ଏହି କାର୍ଯକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ସହେଯାଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top