Home ଓଡ଼ିଶା ବର୍ଷିୟାନ ଅଭିନେତ୍ରୀ ପାର୍ବତୀ ଘୋଷଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

ବର୍ଷିୟାନ ଅଭିନେତ୍ରୀ ପାର୍ବତୀ ଘୋଷଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

147

ଭୁବନେଶ୍ୱର ତା, ୧୨/୦୨ (ଓଡ଼ିଆ ପୁଅ) : ଜୟଦେବ ପୁରସ୍କାର ଓ ଜାତୀୟ ପୁରସ୍କାରରେ ସମ୍ମାନୀତ ହୋଇଥିବା ବର୍ଷିୟାନ ଅଭିନେତ୍ରୀ ପାର୍ବତୀ ଘୋଷଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓ ପ୍ରମୁଖ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି।

୭୫ ବର୍ଷ ବୟସରେ ପାର୍ବତୀ ଘୋଷଙ୍କ ପରଲୋକରେ ଓଡିଆ ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ପାର୍ବତୀ ଘୋଷ ୧୯୫୦ ମସିହାରେ ଶ୍ରୀ ଜଗନ୍ନାଥ ଚଳଚ୍ଚିତ୍ର କରି ଘରେ ଘରେ ସୁପରିଚିତ ହୋଇଥିଲେ। ପରେ ବିଭିନ୍ନ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ସ୍ୱର୍ଗତ ଘୋଷ ବହୁ ପୁରସ୍କାରରେ ସମ୍ମାନୀତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.