ବର୍ଷା ସାହିତ୍ୟ ସଂସଦ କବିତା ଆସର

ପୁରୀ, ୨୯/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ବର୍ଷା ସାହିତ୍ୟ ସଂସଦ ଆନୁକୂଲ୍ୟରେ ରବିବାର ସଂଧ୍ୟାରେ ସର୍ବମଙ୍ଗଳ ପାଠାଗାର ପରିସରରେ କବତା ଆସର ଅନୁଷ୍ଠିତ ହୋଇଯାଇଛି। ସଭାପତି ଦାମୋଦର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆସରରେ ଶ୍ରୀକ୍ଷେତ୍ର ସାହିତ୍ୟ ସଂସଦର ସଂପାଦକ ରବିନ୍ଦ୍ର ନାଥ ପଟ୍ଟନାୟକ ମୁଖ୍ୟ ଅତିଥୀ ସମାଜ ସେବୀ ଗଣେଶ ପ୍ରଶାନ୍ତ ମହାନ୍ତି, ହରେକୃଷ୍ଣ ପ୍ରଦାନୀ, ଭାସ୍କର ମିଶ୍ର ପମୁଖ ସମ୍ମନୀତ୍ ଅତିଥି ଭାବେ ଯୋଗ ଦେଇ କବି ସର୍ବଦା ପାଠକ୍ୟ ରୁଚି ପ୍ରତି ଗୁରୁତ୍ୱ ଦେବା ପାଇ୍ୟ ମତ ପ୍ରକାଶ କରି କହିଥିଲେ। ଜଣେ କବି ସମାଜ ର ବାସ୍ତବତାକୁ ପ୍ରତିଫଳିତ କରିଥାଏ।ଶୃଙ୍ଖଳିତ ସମାଜ ଗଠନରେ କବିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତାଗଣ ମତବ୍ୟକ୍ତ କରିଥିଲେ। ପଦ୍ମାଳୟା ମିଶ୍ର ଓ ରଶ୍ମିତା ମହାନ୍ତିଙ୍କ ସଂଯୋଜନାରେ ନରେନ୍ଦ୍ର ଜେନା, ସୁଚିତ୍ରା ରଥ, ରମେଶ ଚନ୍ଦ୍ର ଦାସ, ମାନସ ପଟ୍ଟନାୟକ, ଯୋଗେଶ୍ୱର ପ୍ରହରାଜ ପ୍ରମୁଖ କବିତା ପାଠ କରିଥିଲେ। ନୃସିଂହ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଦନିବନ୍ଧୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *