ବର୍ଷା ସାହିତ୍ୟ ସଂସଦର କବିତା ଆସର

ପୁରୀ:୧୨/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : : ବର୍ଷା ସାହିତ୍ୟ ସଂସଦ ପକ୍ଷରୁ ବର୍ଷା କବିତା ଆସର, ବର୍ଷା ପତ୍ରିକା ଉନ୍ମୋଚନ ଓ ପୁସ୍ତକ ଆଲୋଚନା କାର୍ଯ୍ୟକ୍ରମ ସର୍ବମଙ୍ଗଳା ପାଠାଗାର ଠାରେ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଂଯୋଜକ ଦୀନବନ୍ଧୁ ଦାସଙ୍କ ପୌରହିତରେ ଆେର୍ୟାଜିତ ଷହି କାର୍ଯ୍ୟକ୍ରମର ସଭାପତି ଦାମୋଦର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ଅନୁଗୁଳ ଜିଲ୍ଲା ବଇଣ୍ଡାର ସାହିତ୍ୟିକ ରମେଶ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ବନ୍ଦନା ସାହିତ୍ୟ ପ୍ରତିକାର ସମ୍ପାଦକ ରବିନ୍ଦ୍ରନାଥ ଷଡଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାହିତ୍ୟ ଓ ପତ୍ରିକାର ବିଭିନ୍ନ ଦିଗରେ ଆଲୋକପାତ କରିଥିଲେ। ସାହିତ୍ୟିକ ମାନସ ରଞ୍ଜନ ପଟ୍ଟନାୟକଙ୍କ ରଚିତ ଗବେଷଣା ଧର୍ମୀ ପୁସ୍ତକ ପଶ୍ଚିମେଶ୍ୱର ସୋମନାଥ ଉପରେ ଗବେଷକ ନାରାୟଣ ନନ୍ଦ ଆଲୋକପାତ କରିଥିଲେ। ଏହି ଅବସରରେ ସୁଜାତା ସିହ୍ନା ଓ ରଶ୍ମିତା ମହାନ୍ତିଙ୍କ ସଂଯୋଜନାରେ କବିତା ଆସର ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *