ବର୍ଷା ଯୋଗୁ ଘୁଞ୍ଚିଲା ସାଇ ପ୍ରକଳ୍ପ ବଣ୍ଟନ

ନୟାଗଡ/ରଣପୁର (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ବର୍ଷା ଯୋଗୁ ଘୁଞ୍ଚିଲା ସାଇ ପ୍ରକଳ୍ପ ବଣ୍ଟନ। ଏ ନେଇ ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ନିକଟ ବିନୋଦପଡାସ୍ଥିତ ସାଇ ଟ୍ରଷ୍ଟ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଗଣମଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି।ସାଇ ଟ୍ରଷ୍ଟ ପୁରୀ ଓଡିଶା ଜନସାଧାରଣଙ୍କୁ ବା ହିତାଧିକାରୀଙ୍କୁ ଦେଇଥିବା ପ୍ରତିଶୃତି ଅନୁସାରେ ଆଗାମୀ ଜୁନ 29 ତାରିଖ ଶୁକ୍ରବାର ଦିନ ସାଇ ପ୍ରକଳ୍ପ ବିତରଣ ନିମନ୍ତେ ନିଷ୍ପତି ନେଇଥିବା ଗଣମାଧ୍ୟମକୁ ଜଣାଇଛନ୍ତି ସାଇ ଟ୍ରଷ୍ଟ ନିର୍ଦେଶକ ଦୀପକ କୁମାର ବରାଡ଼ ଓ ଏହିଁ ଟ୍ରଷ୍ଟ ଅନୁବନ୍ଧିତ ସମସ୍ତ ଅଧ୍ୟକ୍ଷ। ଲଘୁଚାପ ଜନିତ ବର୍ଷାର ପ୍ରାଦୁର୍ଭାବ ଯୋଗୁଁ ନିର୍ଧାରିତ ସମୟରେ ହିତାଧିକାରୀଙ୍କୁ ପ୍ରକଳ୍ପ ବଣ୍ଟନ କରାଯାଇ ନାହିଁ।ଆଗାମୀ 29 ତାରିଖରେ ଏହା ବଣ୍ଟନ ହେବ।ସୂଚନା ଥାଉକି ଗତ ଜୁନ 23 ତାରିଖ ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସରିପୁର ପଞ୍ଚାୟତର ସୁଦର୍ଶନ ମଠ ଠାରେ ଏକ ବୈଠକ ଆୟୋଜନ କରି ଜୁନ 27,28 ତାରିଖରେ ପ୍ରକଳ୍ପ ବିତରଣ ନିମନ୍ତେ ନିଷ୍ପତି ନିଆଯାଇଥିଲା ମାତ୍ର ବର୍ଷା ଯୋଗୁ ଆସନ୍ତା 29 ତାରିଖ ଶୁକ୍ରବାର ଦିନ ହିତାଧିକାରୀ ମାନଙ୍କୁ ପ୍ରକଳ୍ପ ବିତରଣ କରାଯିବ ବୋଲି ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିକଟସ୍ଥ ବିନୋଦପଡାସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ନିର୍ଦେଶକ ଦୀପକ କୁମାର ବରାଡ଼ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଏହି ଟ୍ରଷ୍ଟର ଅଧିନରେ ସମୁଦାୟ ୭ଟି ଟ୍ରଷ୍ଟ୍ର ଶ୍ରୀ ସାଇ ବାବ ସଂସ୍ଥାନ ଟ୍ରଷ୍ଟ, ଶିରିଡି ସାଇ ସେବା ଟ୍ରଷ୍ଟ, ଶ୍ରୀ ସାଇ ସେବା ଟ୍ରଷ୍ଟ, ଶ୍ରଦ୍ଧା ସବୁରୀ ସେବା ଟ୍ରଷ୍ଟ, ଶ୍ରୀ ସାଇ ସୋସିଆଲ ୱେଲଫେୟାର ସେବା ଟ୍ରଷ୍ଟ, ଶ୍ରୀ ସାଇ ସେବା ଟ୍ରଷ୍ଟ ନୟାଗଡ, ଶ୍ରୀ ସାଇ ସଦ୍ଗୁରୁ ଟ୍ରଷ୍ଟ ପ୍ରଭୃତି କାର୍ଯ୍ୟରତ ଅଛନ୍ତି। ସାମାଜିକ ସେବା, ଶିକ୍ଷାର ପୂର୍ଣ୍ଣାଙ୍ଗ ବିକାଶ, ଛାତ୍ରଛାତ୍ରୀଙ୍କୁ ମାଗଣା କମ୍ପୁ୍ୟଟର ଶିକ୍ଷା, ପାଠ୍ୟ ପୁସ୍ତକ ବଂଟନ, ସାଇ କୁଟୀର, ଶୌଚାଳୟ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଏହି ସଂସ୍ଥା ବେଶ ଲୋକପ୍ରିୟତା ହାସଲ କରିଛି। ଅସ୍ତରଙ୍ଗ, କାକଟପୁର, ଗୋପ, ବ୍ରହ୍ମଗିରି, କଣାସ, ଆଦି ବ୍ଳକରେ ଏହି ସଂସ୍ଥା କାର୍ଯ୍ୟ କରିଆସୁଛି। ମାତ୍ର ନିକଟ ଅତିତରେ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଳକ ପଲଙ୍କ ଗ୍ରାମର ଅଭିଯୋଗକାରୀ ୩୫ଜଣ ସାଇ କୁଟୀର ହିତାଧିକାରୀଙ୍କୁ ଖୁବ୍ ଶୀଘ୍ର ଗୃହ ଯୋଗାଇ ଦେବାକୁ ଅଧ୍ୟକ୍ଷ ଶ୍ରୀ ବରାଡ ପ୍ରତିଶୃତି ଦେଇଥିଲେ। ସଂସ୍ଥା ନାମରେ କୌଣସି ଅସାମାଜିକ ବ୍ୟକ୍ତି କିମ୍ବା ସଂସ୍ଥା ସହ ଜଡିତ ଥିବା ବ୍ୟକ୍ତି କୌଣସି ହିତାଧିକାରୀଙ୍କୁ ଅର୍ଥ ଦାବି କଲେ ଖୁବ୍ ଶୀଘ୍ର ଅଭିଯୋଗକାରୀ କାର୍ଯ୍ୟାଳୟ ମାନଙ୍କରେ ଲିଖିତ ଅଭିଯୋଗ କରିବାକୁ ଶ୍ରୀ ବରାଡ ଆହ୍ୱାନ କରିଥିଲେ।ଯଦି କୌଣସି ବ୍ୟକ୍ତି ଏପରି ଉତ୍କଚ ପ୍ରଦାନ କରନ୍ତି ତେବେ ଟ୍ରଷ୍ଟର ଉତରଦାୟୀ ନୁହେଁ ବୋଲି ପୂର୍ବେ ଜଣାଇଥିଲେ।

 

Leave a Reply

Your email address will not be published. Required fields are marked *