ଅନୁଗୁଳ

ବର୍ଷା ଯୋଗୁଁ ଦୁର୍ଦ୍ଦିନରେ ବେଲାଦୁଲାର ବୁଣାକାର ପରିବାର

ଅନୁଗୋଳ,୧/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକର କନ୍ଧପଡ଼ା ପଂଚାୟତ ଅନ୍ତର୍ଗତ ବେଲାଦୁଲା ଗ୍ରାମ ବର୍ଷାର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି । ଏହି ଗ୍ରାମରେ ଥିବା ୮୦ଟି ପରିବାରର ତନ୍ତ ଶାଳାରେ ଆଣ୍ଠୁଏ ପାଣି ଜମି ରହିଛି । ଫଳରେ ତନ୍ତ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତନ୍ତ ଗାଡ଼ରେ ପାଣି ଜମିଲେ ବୁଣାକାରଙ୍କୁ ୭ଦିନ ପର୍ଯ୍ୟନ୍ତ ବୁଣା କାର୍ଯ୍ୟ ବନ୍ଦ କରିବାକୁ ପଡ଼ିଥାଏ । ଯାହାଫଳରେ ବୁଣାକାରମାନେ ନିଜ ପରିବାରର ଭରଣପୋଷଣ କରିବାକୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ସବୁ ତନ୍ତ ଶାଳାର ଗାଡ଼ ସିମେଂଟ କରିବା ସତ୍ୱେ ମଧ୍ୟ ପାଣି ଜମି ରହୁଛି । ଯାହାଫଳରେ ପ୍ରତ୍ୟେକ ବର୍ଷ ବର୍ଷା ଋତୁରେ ବୁଣାକାରମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏଣୁ ବୁଣାକାରକୁ ହାତ ବାନ୍ଧି ବସିବାକୁ ପଡ଼ିଥାଏ । ଏତଦ୍ ବ୍ୟତୀତ ବେଲାଦୁଲା ଗ୍ରାମରେ ବର୍ଷା ଯୋଗୁଁ ୭/୮ଟି ପରିବାରର ଘର କାନ୍ଥ ଭାଙ୍ଗି ଯାଇଛି । ଏଣୁ ଏହି ପରିବାରଗୁଡ଼ିକ ଏବେ ବହୁ ଦୁଃଖ ଓ ଦୁର୍ଦ୍ଦଶାର ସହ ଚଳୁଛନ୍ତି । ସୁରେନ୍ଦ୍ର ମେହେର, ମଧୁସୂଦନ ମେହେର,ଓଂକାର ମେହେର,ଲିଙ୍ଗରାଜ ମେହେର,ମହାଦେବ ମେହେର,ଚକ୍ରଧର ମେହେର,ଲକ୍ଷ୍ମଣ ମେହେର,ଗିରିଶ ମେହେରଙ୍କ ଘର କ୍ଷତିଗ୍ରସ୍ତ ହୋଇଥିବାର ଅଭିଯୋଗ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top