ଜିଲ୍ଲା ପରିକ୍ରମା

ବର୍ଷା ବଦଳରେ ଆକାଶରୁ ଅଗ୍ନି ବର୍ଷା ; ଜିଲାବାସୀ ଡ଼ହଳବିକଳ

ଯାଜପୁର-୨୧/୬(ଓଡିଆ ପୁଅ/ଏ.ରାଉତ) ସକାଳ ୮ଟାରୁ ଆରମ୍ଭ ହୋଇ ଯାଉଛି ଖରା । ପ୍ରବଳ ଗରମ ଓ ଗୁଳୁଗୁଳିରେ ଘରେ ରହିବା ଅସମ୍ଭବ ହେଉଥିଲାବେଳେ ବାହାରକୁ ବାହାରିବା କଥା ଚିନ୍ତା କଲାବେଳକୁ ମନରେ ଭୟ ଆସୁଛି । ଦିନ ଯେତିକି ବଢୁଛି ତାତିର ପ୍ରକୋପ ସେତିକି ବଢିବଢି ଚାଲିଛି । ପ୍ରବଳ ଖରା ସହିତ ଗରମ ପବନ ପରିସ୍ଥିତିକୁ ଆହୁରି ବେହାଲ କରି ଦେଉଛି । ପ୍ରବଳ ଖରା ଓ ଗରମ ଜିଲାବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି । ଲଗାତାର ୫ ଦିନ ହେଲା ଲାଗି ରହିଥିବା ତାତି କମିବାରେ କୈାଣସି ଆଭାସ ଦେଖାଯାଉନଥିଲାବେଳେ ସ୍ଥିତି ଦିନକୁଦିନ ବିଗିଡି ଯାଉଛି । ରାସ୍ତା ଘାଟ ଦିନ ୧୧ଟା ପରେ ଶୁନସାନ ହୋଇ ଯାଉଥିଲାବେଳେ ଦୋକାନ ବଜାର ମଧ୍ୟ ବନ୍ଦ ହୋଇଯାଉଛି । ପ୍ରବଳ ଖରା ଓ ଗରମରେ ପଦାକୁ ଆସୁଥିବା ଲୋକମାନେ ନିଜର ତୃଷ୍ଣା ମେଂଟାଇବାକୁ ମୃଦୁ ପାନୀୟ ସହିତ ରାସ୍ତା କଡରେ ଥିବା ଆଖୁରସ ଦୋକାନ ନିକଟରେ ଭିଡ ଜମାଉଛନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରଜ ଛୁଟି ପରେ ଖୋଲିଥିଲାବେଳେ କାର୍ଯ୍ୟାଳୟ ଗୁଡିକରେ ଜନସାଧାରଣଙ୍କ ଭିଡ ମଧ୍ୟ ଦେଖିବାକୁ ମିଳୁନାହିଁ । ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥିଲେ କେହି ପଦାକୁ ବାହାରିବାକୁ ସାହାସ ଜୁଟାଇ ପାରୁନାହାନ୍ତି । ଦିନକୁଦିନ ଖରା ଓ ଗରମର ପ୍ରକୋପ ବଢି ଚାଲିଥିଲାବେଳେ ଅଶୁଂଘାତର ଆଶଂକା ମଧ୍ୟ ବଢି ଯାଇଛି ଲୋକମାନଙ୍କ ମନରେ । ଜନସାଧାରଣ ଏହି ଭଳି ଗରମ ପରିବେଶରେ ଡହଳବିକଳ ହେଉଥିଲାବେଳେ ଜୀବଜନ୍ତୁ ମଧ୍ୟ କଲବଲ ହେଉଛନ୍ତି । ଜିଲାର ବିଭିନ୍ନ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲିଥିଲାବେଳେ ବର୍ଷା ଆରମ୍ଭ ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ମାଣ କାର୍ଯ୍ୟକୁ ସାରିବାକୁ ଉଦ୍ୟମ ହେଉଥିଲାବେଳେ ଶ୍ରମିକମାନେ ଟାଣ ଖରାରେ କାର୍ଯ୍ୟ କରିବାକୁ ଅମଙ୍ଗ ହେଉଥିବାରୁ ସେହି ସବୁ କାର୍ଯ୍ୟ ମଧ୍ୟ ଠପ ହୋଇ ପଡିଛି । କିଛିକିଛି ସ୍ତାନରେ ଘରୋଇ କାର୍ଯ୍ୟ ଚାଲିଥିଲାବେଳେ ସୂର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ ଶ୍ରମିକମାନେ ଆଉ କାମ କରିବାକୁ ରାଜି ହେଉନାହାନ୍ତି । ଏହି ଭଳି ଟାଣ ଖରାରେ ବସରେ ଯାତାୟତ କରୁଥିବା ଯାତ୍ରୀମାନେ ଗରମରେ କଲବଲ ହେଉଥିବା ଦେଖିବାକୁ ମିଳିଛି । କିଛି ଏସି ବସରେ ଯାତ୍ରୀମାନେ ବିଭିନ୍ନ ସ୍ଥାନକୁ ଗତାଗତ କରିବାକୁ ଉଚିତ ମଣୁଥିଲାବେଳେ ସାଧାରଣ ବସରେ ଯାତ୍ରୀ ବହୁ କଷ୍ଟରେ ଗତାଗତ କରୁଛନ୍ତି । ବିଶେଷ କରି ସାଧାରଣ ବସରେ ଗତାଗତ କଲାବେଳେ ଛୋଟ ପିଲାମାନେ ନାହିଁ ନଥିବା ଗରମକୁ ସମ୍ମୁଖିନ ହେଉଛନ୍ତି । ସ୍କୁଲ ଗୁଡିକୁ ସରକାର ୨୫ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲାବେଳେ ୧୮ ତାରିଖରୁ କଲେଜ ଗୁଡିକ ଖୋଲିଥିବା କଲେଜକୁ କର୍ମଚାରୀଙ୍କ ବ୍ୟତିତ ହାତ ଗଣତି ଛାତ୍ରଛାତ୍ରୀ ଆସୁଥିବା ଦେଖିବାକୁ ମିଳିଛି । ଅପରପକ୍ଷେ ବିଦ୍ୟୁତ ସମସ୍ୟା ତାତି ଓ ଗରମ ସମସ୍ୟାକୁ ବଳି ଯାଇଛି । ଜିଲାଯାକ ଅଘୋଷିତ ବିଦ୍ୟୁତ କାଟ ଚାଲିଥିଲାବେଳେ ଯେତିକି ସମୟ ବିଦ୍ୟୁତ ରହୁଛି ଲୋ-ଭୋଲଟେଜ ସମସ୍ୟା ଫଳରେ ଫ୍ୟାନ ଚାଲିବା ମଧ୍ୟ କଷ୍ଟକର ହୋଇଯାଉଛି । ସଂଧ୍ୟାରେ ଆକାଶରେ ବାଦଲ ଦେଖିବାକୁ ମିଳୁଥିଲାବେଳେ ତାହା ବର୍ଷିବା ବଦଳରେ ମିଳାଇ ଯାଉଥିବା ଦେଖିବାକୁ ମିଳିଛି । ଯାହା ଜନସାଧାରଣଙ୍କୁ ହତାଶ କରିଦେଉଛି । ପ୍ରବଳ ଖରା ଓ ଗରମ ଯୋଗୁ ଅଶୁଂଘାତର ଆଶଂକା ବଢି ଯାଇଥିଲାବେଳେ ଜିଲାରେ ଅଶୁଂଘାତ ରୋଗୀଙ୍କ ଚିକିସôା ପାଇଁ ଜିଲା ଚିକିସôାଳୟରେ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିବା ଜିଲା ମୁଖ୍ୟ ଚିକିସôାଧିକାରୀ ଡାକ୍ତର ବାରିଶ କୁମାର ଦାଶ କହିଛନ୍ତ

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top