ବର୍ଷା ପରେ ମଧ୍ୟ ଜଳବନ୍ଦିରେ ରହିଛନ୍ତି ପରିବାର

ଯାଜପୁର-୧୮/୭(ଓଡିଆ ପୁଅ/ଏ.ରାଉତ) ଗତ ସୋମବାର ପ୍ରବଳ ବର୍ଷାରେ ଯାଜପୁର ବେହାଲ ହୋଇ ପଡିଥିଲା। ବିଭିନ୍ନ ରାସ୍ତାରେ ଆଣ୍ଠୁଏ ପାଣି ଚାଲି ଦୀର୍ଘ ସମୟ ପର୍ଯ୍ୟନ୍ତ ଗମନାଗମନରେ ବ୍ୟାପକ ବାଧା ସୃଷ୍ଟି କରିଥିଲାବେଳେ ସହରବାସୀ ଏହାକୁ ନେଇ ନୟାନ୍ତ ହୋଇ ପଡିଥିଲେ। ବିଶେଷ କରି ବିଦ୍ୟାଳୟ ଛୁଟି ସମୟରେ ବହୁ ଛାତ୍ରଛାତ୍ରୀ ଏହାକୁ ନେଇ ଅସୁବିଧାର ସମ୍ମୁଖିନ ହୋଇଥିଲେ। ଗତ ରାତିରୁ ବର୍ଷା କମିବାରୁ ପାଣି କମିଥିଲାବେଳେ କିଛି ତଳିଆ ଅଂଚଳରେ ଏବେବି ବର୍ଷାପାଣି ଜମି ରହିଛି। କିଛି ଘର ଏବେ ବର୍ଷାପାଣି ଘେରରେ ଥିଲାବେଳେ କିଛି ରାସ୍ତାରେ ଏବେ ମଧ୍ୟ ବର୍ଷାପାଣି ଲହଡି ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଯାଜପୁର ପ୍ରୋଜେକ୍ଟ ଭିତରେ ଥିବା କିଛି ଆଦାବାସୀ ପରିବାର ଘର ସମ୍ମୁଖରେ ପାଣି ଭର୍ତି ହୋଇଥିଲାବେଳେ ଏହାକୁ ନେଇ ଏହି ପରିବାର ଗୁଡିକ ସମସ୍ୟାରେ ରହିଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ଲଳିତେଶ୍ୱର ଭିତରେ ଜମି ରହିଥିବା ବିପୁଳ ପରିମାଣର ବର୍ଷା ପାଣିକୁ ବାହାର କରିବାକୁ ଆଜି ନଗରବାସୀ ଉଦ୍ୟମ କରିଥିଲେ। ହେଲେ ଏବେବି ଲଳିତେଶ୍ୱର ନଗର ମୁଖ୍ୟ ରାସ୍ତାରେ ବର୍ଷାପାଣି ଭରି ରହିଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *