ଓଡ଼ିଶା

ବର୍ଷାରେ ଯାଜପୁର ଉବୁଟୁବୁ ପୁଣି ବେହାଲ ସହରବାସୀ, ଗୋପବନ୍ଧୁ ଛାତ୍ରାବାସରେ ବନ୍ୟାର ଭ୍ରମ

ଯାଜପୁର-୨୧/୭(ଓଡିଆ ପୁଅ/ଏ.ରାଉତ) ଗତ ୧୬ ତାରିଖ ଦିନ ପ୍ରବଳ ବର୍ଷାରେ ବିକଶିତ ସହରରେ ବର୍ଷାଜଳ ବନ୍ୟାର ଭ୍ରମ ସୃଷ୍ଟି କରିଥିଲାବେଳେ ମାତ୍ର ୪ ଦିନ ଅନ୍ତରରେ ପୁନର୍ବାର ଲଘୁଚାପ ବର୍ଷା ସହରରେ ବନ୍ୟାର ଭ୍ରମ ସୃଷ୍ଟି କରିଥିଲାବେଳେ ବେଶ କିଛି ସମୟ ପାଇଁ ସହରବାସୀ ବେହାଲ ହୋଇଛନ୍ତି। ୧୬ ତାରିଖ ବର୍ଷା ଠାରୁ ଆଜି ବର୍ଷାର ପରିମାଣ କମ ଥିଲାବେଳେ ସହରବାସୀଙ୍କ ହଇରାଣ କିନ୍ତୁ କମ ନଥିଲା। ବିଭିନ୍ନ ପ୍ରମୁଖ ରାସ୍ତାରେ ପୁଣି ପାଣି ଲହଡା ମାରିବା ସହିତ ଗମନାଗମନରେ ବ୍ୟାପକ ସମସ୍ୟା ସୃଷ୍ଟି କରିଥିଲା। ଆଜି ଦିନ ପ୍ରାୟ ୯ଟା ଠାରୁ ବର୍ଷା ଆରମ୍ଭ ହୋଇଥିଲା। ପ୍ରାୟ ୧୦ଟା ୩୦ ପର୍ଯ୍ୟନ୍ତ ଏହି ବର୍ଷା ହୋଇଥିଲାବେଳେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା, ଜିଲା ଦୈାରାଜଜଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ପୁନର୍ବାର ପାଣି ଭରି ଯାଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବର୍ଷା ପାଣି କିଛି ଦୋକାନରେ ଲାଗିଥିଲାବେଳେ ଦୈାରାଜଜଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଆଣ୍ଠୁଏ ପାଣି ଜମା ହୋଇ ରହିବା ସହିତ ନିକଟରେ ଥିବା ଜିଲା ସ୍କୁଲର ଗୋପବନ୍ଧୁ ଛାତ୍ରାବାସ ଭିତରେ ବନ୍ୟାର ଭ୍ରମ ସୃଷ୍ଟି କରିଥିଲା। ଛାତ୍ରାବାସର ୭ ଓ ୧୦ ନମ୍ବର ଗୃହରେ ପାଣି ପସିବା ସହିତ ଛାତ୍ରାବାସର ସମସ୍ତ ପିଣ୍ଡାରେ ପାଦେପାଦେ ପାଣି ଛିଡାହୋଇଥିଲା। ଏହା ସହିତ ଛାତ୍ରାବାସ ପରିସରରେ ଆଣ୍ଠୁଏ ପାଣି ଜମାହୋଇ ରହିଥିବା ଦେଖିବାକୁ ମିଳିଥିଲା। ଏହା ସହିତ ଜିଲାସ୍କୁଲ ପରିସରରେ ମଧ୍ୟ ବିପୁଳ ବର୍ଷାପାଣି ଜମି ରହିଥିଲା। ପ୍ରବଳ ବର୍ଷା ଫଳରେ ପୁନର୍ବାର ନୟାନ୍ତ ହୋଇଛନ୍ତି ଲଳିତେଶ୍ୱର ନଗରବାସୀ। ନଗରର ମୁଖ୍ୟ ରାସ୍ତାରେ ଗତ ୧୬ ତାରିଖ ଜମିଥିବା ପାଣି କିଛି ପରିମାଣରେ କମିଥିଲାବେଳେ ଆଜି ପୁନର୍ବାର ଏହି ପାଣିର ଉଚ୍ଚତା ବଢିବା ସହିତ ଗମନାଗମନରେ ବାଧା ସୃଷ୍ଟି କରିଛି। ଏହି ସ୍ଥାନରେ ଆଣ୍ଠୁଏ ପାଣି ହେଉଥିବାରୁ ଛୋଟପିଲା ଓ ମହିଳାଙ୍କ ଗମନାଗମନରେ ବାଧା ସୃଷ୍ଟି ହୋଇଛି। ଏହା ସହିତ ନଗରର କିଛି ଘରେ ପାଣି ପଶିଥିଲାବେଳେ ଏହାକୁ ମଟର ସାହାଯ୍ୟରେ ବାହାର କରାଯାଉଥିବା ଦେଖିବାକୁ ମିଳିଛି। ସ୍କୁଲ ଯିବା ସମୟରେ ପ୍ରବଳ ବର୍ଷା ହୋଇଥିବାରୁ ଛାତ୍ରଛାତ୍ରୀମାନେ ସ୍କୁଲ ଯିବାରେ ବହୁ ଆସୁବିଧାର ସମ୍ମୁଖିନ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top