ବର୍ଷାରେ ଭିଜି ପ୍ରମୁଖ ଶାସନ ସଚିବ ଉନ୍ନୟନମୁଳକ କାର୍ଯ୍ୟପରିଦର୍ଶନ କଲେ

ମାଲକାନଗିରି, ୧୦ା୭ (ଓଡିଆ ପୁଅ ) ରାଜ୍ୟ ସରକାରଙ୍କ ସାଧାରଣ ଉଦ୍ୟୋଗ ଓ ପ୍ରମୁଖ ଶାସନ ସଚିବ ତଥା ମାଲକାନଗିରି ଜିଲ୍ଲାର ନୋଡାଲ ଅଫିସର ଦାଇତ୍ୱରେ ଥିବା ବରିଷ୍ଟ ଆଇଏଏସ ଅଫିସର ବିଜୟ ଆରୋରା ମାଲକାନଗିରି ଜିଲ୍ଲାଗସ୍ତରେ ଆସି ବିଭିନ୍ନ ଅଚଂଳ ପରିଦର୍ଶନ କରି ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ପ୍ରଥମ ଦିବସରେ ପ୍ରବଳ ବର୍ଷା ସ୍ୱତ୍ୱେ ଓଦାହୋଇ ଗୋବିନ୍ଦପାଲି, ମାଥିଲି, ପାଣ୍ଡ୍ରିପାଣି, ମାର୍କାପାଲି, ବିଭିନ୍ନ ଆଦିବାସୀ ଗ୍ରାମକୁ ଯାଇ ସେଠାରେ ଚାଲିଥିବା ରାଜ୍ୟସରକାରଙ୍କ ଉନ୍ନୟନମୁଳକ କାର୍ଯ୍ୟ ପରିଦର୍ଶନକରିଥିଲେ। ଏସଏଚଏଜି ର ଛେଳି ଚାଷ, ନରେଗା ଯୋଜାନାର କାଜୁ ଚାଷ, କୃଷିଫାର୍ମ, ଛତୁ ଚାଷ, ଜିଆ ଖତ ଚାଷ, କମ୍ପୋଷ୍ଟ ଖତ ତିଆରି ପ୍ରଭୁତି ଉନ୍ନୟନ କାର୍ଯ୍ୟଦେଖି ପରିଶ୍ରମି ଆଦିବାସୀ ହିତାଧିକାରି ମାନଙ୍କୁ ପ୍ରଶଂସା କରିଥିଲେ। ଏହା ବ୍ୟତିତ ଗ୍ରାମଗୁଡିକରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ସୁଷମ ବଟଂନ, ପକ୍କାଗୃହ ଯୋଗାଣ, ବାର୍ଦ୍ଦକ୍ୟଭତା, ବିଧବା ଭତା ପ୍ରଦାନ ଓ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ତଦାରଖ କରିଥିଲେ। ସଚିବଙ୍କ ସହିତ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ପିଡି ଡିଆରଡିଏ ପରାଗ ହର୍ଷଦ ଗୋଭାଲି, ପିଏ ଆଇଟିଡିଏ ରାମକୃଷ୍ଣଗଣ୍ଡ, ଡିଆରଡିଏ ଏପିଡି ତଥା ଜିଲ୍ଲାସୂଚନା ଲୋକସଂପର୍କ ଅଧିକାରୀ ମାନସ ମିଶ୍ର ଙ୍କ ସହିତ ଅନ୍ୟାନ‌‌୍ୟ ବିଡିଓ, ଜିଲ୍ଲାସ୍ତର ଓ ବ୍ଲକସ୍ଥର ଅଧିକାରୀ ମାନେ ଉପସ୍ଥିତ ଥିଲେ।ସଚିବ ବର୍ଷାରେ ଭିଜି ଭିଜି ଆଦିବାସୀ ଗ୍ରାମବାସୀ ଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରି ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ର ତଦାରଖ କରିବା ଘଟଣାକୁ ଦେଖି ଗ୍ରାମବାସୀ ମାନେ ବହୁତ ଖୁସି ହୋଇ ଯାଇଥିଲେ। ବର୍ଷାରେ ଭିଜିଲେ ଜ୍ୱରହେବ କହି ସଚିବ ଶ୍ରୀ ଆରୋରା ଙ୍କୁ ଛତାଘୋଡାଇ ବା ପାଇଁ ଅନୁରୋଧକରି ତାଙ୍କସାଥିରେ ଗ୍ରାମବାସୀ ମାନେ ବୁଲିଥିଲେ।

 

Leave a Reply

Your email address will not be published. Required fields are marked *