ବର୍ଷାରେ ଭିଜି ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ:୧୬/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଦୁଇଦିନ ଧରି ଲାଗିରହିଛି ଲଗାଣ ବର୍ଷା। ତେବେ ବର୍ଷାକୁ ଖାତିର ନାହିଁ ଭକ୍ତ ଜନଙ୍କର। ବର୍ଷାରେ ଭିଜି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୁଢ ଶ୍ରୀବିଗ୍ରହ ନିଜେ ଭିଜି ଭକ୍ତି ସରରେ ଭଜାଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସୋମବାର ବର୍ଷା ଲାଗିରହିଥିଲେ ଭକ୍ତ ଓ ଭଗବାନଙ୍କ ମିଳନରେ ଏହା ବାଧା ଉପୁଜାଇ ପାରିନାହିଁ।ରଥ ସମ୍ମୁଖରେ ହଜାର ହଜାର ଶ୍ରଦ୍ଧାଳୁ ଭିଜି ମହାପ୍ରଭୁଙ୍କୁ ଅପଲକ ନୟନରେ ଦର୍ଶନ କରୁଛନ୍ତି। ଝିପି୍ଝିପ୍ ଅଥବା ଲଗାଣ ବର୍ଷାକୁ ଖାତିରି ନ କରି ରଥ ସମ୍ମୁଖରେ ରୁଣ୍ଡ ହୋଇଛନ୍ତି ଶ୍ରଦ୍ଧାଳୁ।କେଇ ପ୍ରଦୀପ ଜାଳି ଓ ଆଉ କେହି ରଥ ସମ୍ମୁଖରେ ମୁଣ୍ଡିଆ ମାରି ମହାପ୍ରଭୁଙ୍କୁ ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରୁଛନ୍ତି। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥ ଉପରେ ଦର୍ଶନ କରିବାକୁ ସଚେତ ଅବା ବ୍ୟାକୁଳ ଭକ୍ତ। ଆଡ଼ପ ମଣ୍ଡପ ବିଜେ ପୁର୍ବରୁ ନେତ୍ରପୁରାଇ ଆଦେଶ ଭରା ମନରେ ଶ୍ରୀବିଗ୍ରହଙ୍କ ଦର୍ଶନ କରୁଛି ଭକ୍ତ। ଦିନ ସାରା ରଥ ସମ୍ମୁଖରେ ଲାଗିଛି ଭକ୍ତଙ୍କ ଗହଳିଚହଳି। ରଥ ଚାରିପଟେ ନିର୍ମାଣ କରାଯାଇଛି ବ୍ୟାରିଗେଟ।ଆଉ ବ୍ୟାରିଗେଟ୍ ମଧ୍ୟରେ ମୃତୟନ ହୋଇଛନ୍ତି ଶସସ୍ତ୍ର ପୋଲିସ ଫୋର୍ସ।ଭକ୍ତ ଓ ଭଗବାନଙ୍କ ମହାମିଳନ ଘଟିଛି ରଥ ସମ୍ମୁଖରେ ମହାପ୍ରଭୁଙ୍କ ମୁଖାର ବିନ୍ଦକୁ ଚାହିଁ ଅନ୍ତରର ବେଦନା ଅର୍ପଣ କରୁଛି ଶ୍ରଦ୍ଧାଳୁ। ଏଭଳି ଦୃଶ୍ୟ ସୋମବାର ଦିନ ଦିନସାରା ଦେଖିବାକୁ ମିଳିଛି ରଥ ସମ୍ମୁଖରେ। ଦୂରଦୂରାନ୍ତରୁ ରଥାରୁଢ ଶ୍ରୀବିଗ୍ରହଙ୍କୁ ଧାଇଁ ଆସିଛି ଭକ୍ତ। ବର୍ଷା ସାଜିଲା ବାଧକ ଭକ୍ତିପ୍ରେମ ଆମର ହାର ମାନିଛି ଲଘୁଚାପ ବର୍ଷା। କେହି ବର୍ଷାରୁ ରକ୍ଷା ପାଇବା ପାଇଁ ଛତା ଖଣ୍ଡି ଓ ଧରି ମହାପ୍ରଭୁଙ୍କୁ ଚାହିଁ ରହିଛିତ କେହି ବର୍ଷାରେ ଭିଜି ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ଅନ୍ତରର ବେଦନା ଅର୍ପଣ କରୁଛି। ଅନ୍ୟାନ୍ୟ ପ୍ରଦେଶରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ଆସି ରଥାରୁଢ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଭକ୍ତି ଓ ଭାବରସରେ ଭିଜିଛି ଶରଦାବାଲି। ରଥ ଉପରେ ବିରାଜିଛନ୍ତି ପରମପ୍ରେମରେ ସମୟ ଠାକୁର। ଘଡ଼ିଏ ମହାପ୍ରଭୁଙ୍କ ନେତ୍ରକୁ ଚାହିଁ ଦିବ୍ୟ ତୃପ୍ତି ଲାଭ କରୁଛି ଭକ୍ତ।ନିଜେ ବର୍ଷାରେ ଭିଜି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଏପଟେ ଆଡ଼ପ ମଣ୍ଡପ ବିଜେ ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ରଥରୁଢ ମହାପ୍ରଭୁଙ୍କର ନୈବେଦନ ନିତି ମଧ୍ୟ ତ୍ୱରାନୀତ ହୋଇଛି।

Leave a Reply

Your email address will not be published. Required fields are marked *