ଜିଲ୍ଲା ପରିକ୍ରମା

ବର୍ଷାରେ ପୌରାଞ୍ଚଳରେ ଭାଙ୍ଗି ଯାଇଥିବା ଘର ଓ କ୍ଷୟକ୍ଷତି ଅନୁଧ୍ୟାନ କଲେ ବିଧାୟକ

ମାଲକାନଗିରି, ୨୯ା୮(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହିତ ବିଭିନ୍ନ ଗାଁ ଗହଳ ସହ ପୌରାଞ୍ଚଳରେ ଅନେକ ମାଟି, କଚା ଘର ଭାଙ୍ଗି ନଷ୍ଟହୋଇ ଯାଇଛି। ମାଲକାନଗିରି ବିଧାୟକ ମାନସ ମାଡକାମି ପୌରାଞ୍ଚଳର ବିଭିନ୍ନ ଓ୍ୟାର୍ଡ, ସାହିବସ୍ତି ଗସ୍ତକରି ବର୍ଷାରେ ଭାଙ୍ଗିଥିବା ଘର ଗୁଡିକୁ ବୁଲିଦେଖିଥିଲେ। କେବଳ ୮ନମ୍ବର ଓ୍ବାର୍ଡରେ ୩୦ରୁ ଉର୍ଦ୍ଧ୍ୱ ଘର ଏହି ପ୍ରବଳ ବର୍ଷାରେ ଭାଙ୍ଗି ଯାଇଛି। ବିଧାୟକ ଶ୍ରୀ ମାଡକାମି ୮ନମ୍ବର ଓ୍ବାର୍ଡ ପରିଦର୍ଶନକରି କ୍ଷତିଗସ୍ତ ପରିବାରଙ୍କୁ ଭେଟି ସେମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ମନ୍ତ୍ରୀ ରମେଶଚନ୍ଦ୍ର ମାଝି ଓ ମାଲକାନଗିରି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଖୁବ ଶିଘ୍ର କ୍ଷତିଗସ୍ତ ଲୋକମାନଙ୍କୁ ସରକାରି ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ। ବିଧାୟକଙ୍କ ସହିତ ପୌରପରିଷଦ ଉପାଧ୍ୟକ୍ଷ ମନୋଜ କୁମାର ବାରିକ, ନଗର ଉପସଭାପତି ସତ୍ୟନାରାୟଣ ସ୍ୱାଇଁ, ବିଜେଡି ନେତା ଅକ୍ଷୟ ମହାନ୍ତି, ଜିଲ୍ଲା ସଂପାଦକ ଡାନିୟଲ ପଟଲା, ସୋମନାଥ ସାଗର ପ୍ରମୁଖ ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top