ବର୍ଷାରେ ଧୋଇଗଲା ରେଳ ଲାଇନ ; ଜଗଦଲପୁର-କେରଣ୍ଡୁଲ ରେଳ ଚଳାଚଳ ବନ୍ଦ

କୋରାପୁଟ ; ତା୨୧-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ପ୍ରବଳ ବର୍ଷା ଯୋଗୁଁ କତାବାଲସା-କେରଣ୍ଡୁଲ ରେଳ ଲାଇନର ଛତିଶଗଡ ରାଜ୍ୟ ଅନ୍ତର୍ଗତ ବଚେଲି-ଭାନସି ଷ୍ଟେସନ ମଧ୍ୟରେ ରେଳ ଲାଇନ ଧୋଇ ଯାଇଥିବା ଜଣା ପଡିଛି। ଫଳରେ ଜଗଦଲପୁର-କେରଣ୍ଡୁଲ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। କେରଣ୍ଡୁଲରୁ ବିଶାଖାପାଟଣା ଯିବାକୁ ଥିବା ପାସେଂଜର ଟ୍ରେନକୁ ବାତିଲ କରା ଯାଇଥିବାବେଳେ ବିଶାଖାପାଟଣାରୁ କେରଣ୍ଡୁଲ ଯିବାକୁ ଥିବା ପାସେଂଜର କୋରାପୁଟରୁ ଫେରିବ ବୋଲି ରେଳବାଇ ସୂତ୍ରରୁ ଜଣା ପଡିଛି।

Leave a Reply

Your email address will not be published. Required fields are marked *