ଓଡ଼ିଶା

ବର୍ଷାରେ କୋରାପୁଟ ବେହାଲ, ଦିନକରେ ବର୍ଷିଲା ୧୬୦ମିମି

କୋରାପୁଟ ; ତା୨୦-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଗତକାଲି ରାତିରୁ କୋରାପୁଟ ଜିଲାର ସମସ୍ତ ଅଂଚଳରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଲୋକେ ଘରୁ ବାହରିବା କଷ୍ଟକର ହୋଇ ପଡିଛି। କେବଲ ଜିଲା ସଦର ମହକୁମାରେ ଗତ ୨୪ଘଂଟା ମଧ୍ୟରେ ୧୫୯.୮୦ ମିମି ବର୍ଷା ହୋଇଥିବା ଜଣା ପଡିଥିବାବେଲେ ଜିଲାର ଅନ୍ୟାନ୍ୟ ବ୍ଲକରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଥିବା ସୂଚନା ମିଳିଛି। ବୋରିଗୁମା ବ୍ଲକର ଏକ ସ୍କୁଲ ପାଚେରୀ କାନ୍ଥ ଭୂଷୁଡି ଦୁଇଜଣ ଛାତ୍ର ସାମାନ୍ୟ ଆହତ ହୋଇଥିବା ଏକ ଅସମର୍ଥୀତ ସୂତ୍ରରୁ ଜଣା ପଡିଛି। ସେହିପରି ବର୍ଷା ଯୋଗୁଁ ଜିଲାର କୌଣସି ସ୍ଥାନରେ ଧନ ଜୀବନ କ୍ଷୟ କ୍ଷତିର ସୂଚନା ନଥିଲେ ମଧ୍ୟ ଲମତାପୁଟ ବ୍ଲକର ହନ୍ତାଳପୁଟ ଗ୍ରାମରେ ଦୁଇଟି ଘର ଭାଙ୍ଗି ଥିବାବେଳେ ରାସ୍ତା ଓ କଲଭର୍ଟ ଉପରେ ବର୍ଷା ପାଣି ଚାଲିବାରୁ ସଦର ବ୍ଲକର ମାଛରା, ମହାଦେଇପୁଟ ଓ ବୋରିଗୁମ୍ମା ବ୍ଲକର ବିସିଂହପୁରକୁ ଯାତାୟତ ବାଧାପ୍ରାପ୍ତ ହୋଇଛି।କୋରାପୁଟ ସହରରେ ବର୍ଷାହେତୁ ଜାତୀୟରାଜପଥରେ ପାଣି ଭର୍ତି ହୋଇଯାଇଥିବାରୁ ଯାତାୟତରେ ଅସୁବିଧା ହୋଇଥିବା ନଜର କରାଯାଇଥିବା ବେଳେ ବ୍ୟବସାୟ ମାନ୍ଦା ହୋଇଥିବା ଜଣାପଡିଛି। ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତିଙ୍କ ନିର୍ଦ୍ଦେଶରେ କୋରାପୁଟ ଉପ-ଜିଲାପାଳ ଲଳିତ କୁମାର କହଁର ଏବଂ ଜୟପୁର ଉପ-ଜିଲାପାଳ ଲୋକନାଥ ଦଳବେହେରା ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ସେହିପରି କୋରାପୁଟ ସହର ଉପକଣ୍ଠ ଚିନ୍ଦିରି ଗ୍ରାମ ନିକଟରେ କୋରାପୁଟ-ରାୟଗଡା ଜାତୀୟ ରାଜପଥ ଉପରେ ଏକ ବିରାଟ ଗଛ ପଡି ରହିବାରୁ ସେହି ରାସ୍ତାରେ ଯାତାୟତ ବନ୍ଦ ରହିଥିଲା। ଅଗ୍ନିଶମ ଓ ଓଡ୍ରାଫ ଟିମ୍ ପହଂଚି ଗଚ ହଟାଇବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା। ଜିଲାର ବନ୍ୟା ଆଶଙ୍କା ଥିବା କୋଟପାଡ, ଜୟପୁର, ବୋରିଗୁମ୍ମା ବ୍ଲକ ଉପରେ ଜିଲା ପ୍ରଶାସନ ପକ୍ଷରୁ ନଜର ରଖା ଯାଇଛି। ଗତ ୧୫ଦିନ ଜିଲାରେ ବର୍ଷାର ପରିମାଣ ସାମାନ୍ୟ ରହିଥିଲା, କିନ୍ତୁ ଗତାକଲି ରାତିରୁ ଲଘୁଚାପ ଜନୀତ ବର୍ଷା ଫଳରେ ପ୍ରବଳ ବର୍ଷିବା ଆରମ୍ଭ ହୋଇଛି। ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦେବବ୍ରତ କରାତି ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top