ଓଡ଼ିଶା

ବର୍ଷା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ଗୁରୁପ୍ରିୟା ସେତୁ ଉଦଘାଟନ ତାରିଖ ଘୁଞ୍ଚିଲା

ମାଲକାନଗିରି, ୧୬ା୭ (ଓଡିଆ ପୁଅ) ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳର ଲାଇଫଲାଇନ କୁହା ଯାଉଥିବା ବହୁ ପ୍ରତିକ୍ଷିତ ଗୁରୁପ୍ରୀୟା ସେତୁ ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେବାର କାର୍ଯ୍ୟକ୍ରମ ଥିଲା। ପାଣିପାଗ ପରିସ୍ଥିତି ଖରାପ ଓ ଲଗାଣ ବର୍ଷା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ଗୁରୁପ୍ରୀୟା ସେତୁ ଉଦଘାଟନ ତାରିଖକୁ ଘୁଞ୍ଚାଇ ଦିଆ ଯାଇ ଏହା ୨୦ ତାରିଖ ପରେ ହେବାପାଇଁ ନିଷ୍ପତି ନିଆଯାଇଥିବାର ଜଣାପଡିଛି। ପୁର୍ବ ଘୋଷଣା ଅନୁଯାୟୀ ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନିମନ୍ତେ ଗତ ତିନିଦିନ ହେଲା କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଓ ବିଧାୟକ ମାନସ ମାଡକାମି ମାଲକାନଗିରି ଜିଲ୍ଲାରେ ଡେରା ପକାଇ ସମସ୍ଥ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ତଦାରଖ କରୁଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁପ୍ରୀୟା ସେତୁ ସ୍ଥଳ ଓ ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଥିବା ଜିଲ୍ଲା ସଂସ୍କୃତି ଭବନ ଓ ଷ୍ଟାଡିୟମଠାରେ ଟେଣ୍ଟ ମାରିବା ଠାରୁ ଆରମ୍ଭ କରି ସଭା କାର୍ଯ୍ୟ ନିମନ୍ତେ ସମସ୍ଥ ପ୍ରକାର ପ୍ରସ୍ତୁତି ସାରିଥିଲେ। ଏହି ଟେଣ୍ଟ ମାରିବା ପାଇଁ ହାଇଦ୍ରାବାଦ, ବିଶାଖାପାଟଣା, ଭୁବନେଶ୍ୱର ଠାରୁ ବଡ ବଡ ନାମି ଦାମି ଟେଣ୍ଟ ହାଉସମାନେ ଆସି ପହଁଚି ସେମାନଙ୍କ କାର୍ଯ୍ୟ ଆରମ୍ଭ କରି ଦେଇଥିଲେ। ଜିଲ୍ଲା ସ୍ତରୀୟ ସଭାରେ ୩୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ବସିବା ଓ ଖାଦ୍ୟ ବ୍ୟବସ୍ଥାର ଆୟୋଜନ କରାଯାଇଥିଲା। ଏହି ସବୁ ବ୍ୟବସ୍ଥାକୁ ଜିଲ୍ଲା ପାଳ ମନୀଷ ଅଗ୍ରୱାଲ, ପିଡି ଡିଆରଡିଏ ପରା ଗହର୍ଷଦ ଗୋଭାଲି, ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଏସପି ଜଗମୋହନ ମୀନା, ଏସଡିପିଓ ବିବେକ ଶ୍ରବଣ ଏନ, ତିନି ଜଣ ଆଇଏଏସ ଅଫିସର ଓ ଦୁଇଜଣ ଆଇପିଏସ ଅଫିସର ଙ୍କ ସହିତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ତଦାରଖ କରି କାର୍ଯ୍ୟକ୍ରମ କିପିରି ସଫଳତାର ସହିତ ହେବ ସେନେଇ ତତ୍ପର ହୋଇ ଉଠିଥିଲେ। ସରାକାରି ଭାବେ ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ କାର୍ଯ୍ୟକ୍ରମର ଚିଠି ଆସି ନଥିଲେ ମଧ୍ୟ ଏକ ରକମର ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତି କାର୍ଯ୍ୟ ସରିଯାଇଥିଲା। ହେଲେ ବିଧିର ବିଧାନ କେ କରିବ ଆନ ଗତ ୫ ଦିନହେଲା ମାଲକାନଗିରି ଜିଲ୍ଲାରେ ଲାଗିରହିଥିବା ଲଗାଣ ବର୍ଷା ଓ ରାଜ୍ୟ ପାଣିପାଗ ବିଭାଗର ସୂଚନା ଅନୁଯାଇ ଲଘୁଚାପ ଦ୍ୱାରା ଆହୁରି ୪ଦିନ ଧରି ବର୍ଷା ଲାଗି ରହିବାର ସମ୍ଭାବନା ରହିଛି ବୋଲି ଘୋଷଣା ହେବାପରେ ଶେଷ ମୂହୁର୍ତରେ ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ କାର୍ଯ୍ୟକ୍ରମକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ବର୍ଷାର ପ୍ରଭାବ କମିବା ପରେ ହୁଏତ ୨୦ ତାରିଖ ପରେ ମୁଖ୍ୟମନ୍ତ୍ରୀ ଗସ୍ତ କାର୍ଯ୍ୟକ୍ରମ ହେବା ସହ ଗୁରୁପ୍ରୀୟା ସେତୁ ଉଦଘାଟନ ହେବାର ସମ୍ଭାବନା ରହିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top