ଜଗତସିଂହପୁର

ବର୍ଷାଧିକ କାଳ ତହସିଲଦାର ପଦବୀ ଫାଙ୍କା ପଡ଼ିଛି

ତିର୍ତ୍ତୋଲ୦୭/୦୧(ଓଡ଼ିଆ ପୁଅ/ଟୁକନ ସେଠୀ)- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ତହସିଲ କାର୍ଯ୍ୟାଳୟରେ ଦୀର୍ଘ ୧୮ ମାସରୁ ଉର୍ଦ୍ଧହେବ ତହସିଲଦାର ପଦବୀ ଫାଙ୍କା ପଡ଼ିରହିଅଛି। ତିର୍ତ୍ତୋଲ ତହସିଲଦାର ଦାୟୀତ୍ୱ ବିଡ଼ିଓଙ୍କୁ ତୁଲାଇବାକୁ ଦିଆଯାଇଛି। ଯାହାଦ୍ୱାରା ତିର୍ତ୍ତୋଲରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧାପ୍ରାପ୍ତ ସୁଷ୍ଟି ହେଉଛି। ତହସିଲ ଅଧିନସ୍ଥ ବାଲିସୈରାତ ଗୁଡ଼ିକରେ ବେଆଇନି ଭାବେ ବାଲି ଉତ୍ତୋଳନ କରାଯାଉଛି। ନିଲାମଧାରୀମାନେ ମାସିକ ଏକ ନିର୍ଦ୍ଧିଷ୍ଟ ପରିମାଣର ବାଲି ଉତ୍ତୋଳନ କରିବାକୁ ସରକାରୀ ନିୟମ ଥିବାବେଳେ ମନମୁଖିଭାବେ ମେସିନ ସାହଯ୍ୟରେ ବେଆଇନି ବାଲି ଖନନ କରି ଦୈନିକ ହାଇୱା ଓ ବଡ଼ ବଡ଼ ଟ୍ରକ ଗୁଡ଼ିକରେ ଓଭର ଲୋଡ଼ କରି ବିକ୍ରି କରୁଛନ୍ତି। ଯାହାଦ୍ୱାରା ମାସିକ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ହେଉଅଛି। ୯୦ ଦିନ ମଧ୍ୟରେ ଦରଖାସ୍ତକାରୀଙ୍କୁ ଦାଖଲ ଖାରଜ ମାମଲାରେ ପଟ୍ଟା ପ୍ରଦାନ କରିବାର ନିୟମ ପ୍ରହସନରେ ପରିଣତ ହୋଇଛି। ତିର୍ତ୍ତୋଲ ତହସିଲ ଅଧିନରେ ଥିବା ୧୩ଟି ରାଜସ୍ୱ ସର୍କଲରେ ଗଦା ଗଦା ମାମଲା ପଡ଼ିରହିଛି। ତହସିଲରେ ନିଯୁକ୍ତ କର୍ମଚାରୀମାନେ ଏହି କାମ ଚଳା ତହସିଲଦାରଙ୍କ ଆଦେଶ ନିର୍ଦ୍ଦେଶକୁ ଆଦୌଉଁ ମାନୁନାହାନ୍ତି। ଫଳରେ ୨ ହଜାରରୁ ଅଧିକ ମାମଲାରେ ରେକର୍ଡ଼ ସଂଶୋଧନ ନ ହୋଇ ପଡ଼ି ରହିଛି। ମାସେରୁ ଉର୍ଦ୍ଧ ହେବ ଜଣେ ସ୍ଥାୟୀ ତହସିଲଦାରଙ୍କୁ ନିଯୁକ୍ତି ଦିଆଯାଇଥିବା କଥା ଶୁଣାଯାଉଥିବାବେଳେ ଅଦ୍ୟାବଧି ତହସିଲ ଦାର ଭାବେ କେହି କାର୍ଯ୍ୟରେ ଯୋଗଦେଉନଥିବା ଦେଖିବାକୁ ମିଳୁଛି। ତିର୍ତ୍ତୋଲ ତହସିଲରେ ଥିବା ଅତିରିକ୍ତ ତହସିଲ ଦାର ଦୁଇଜଣ ସରକାରୀ ମିଟିଂ, ଟ୍ରେନିଂ, ତଦନ୍ତ ଆଳରେ ଅଧିକାଶଂ ସମୟ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବା କାରଣରୁ ସାଧାରଣ ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଉଚ୍ଚ କତ୍ତୃପକ୍ଷ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ସ୍ଥାୟୀ ତହସିଲଦାର ନିଯୁକ୍ତି ଦେବାକୁ ସାଧାରଣରେ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top