ଓଡ଼ିଶା

ବର୍ଷାକୁ ଅପେକ୍ଷା କରି ଚାଷୀକୂଳ ହତାଶ, ଉଚିତ୍ ପରିମାଣରେ ବର୍ଷା ନାହିଁ ଜମିରେ ଧାନ ଗଛ ମରିବାକୁ ବସିଛି

ହରିଚନ୍ଦନପୁର, ତା ୧୭ ଜୁଲାଇ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନେକ ଅଞ୍ଚଳରେ ବର୍ଷା ଅଭାବକୁ ନେଇ ବିଲ ଗୁଡିକରେ ଚାଷୀମାନେ ପକାଇଥିବା ଧାନ ତଳା ଗୁଡିକ ମରିବା ସହିତ ବୁଢା ହେବାକୁ ବସିଲାଣି। ଏହାକୁ ଦେଖି ଚାଷାମାନେ ମୁଣ୍ଡରେ ହାତ ଦେଇ ବସିଲେଣି। ଆଗାମୀ ଦିନରେ ଯଦି ବର୍ଷା ନହୁଏ ତେବେ ବହୁ ଚାଷ ଜମି ପଡିଆ ପଡିବାର ସମ୍ବାବନ ରହିଛି। ଏଅଞ୍ଚଳ ଗୁଡିକରେ ରଜ ପର ଠାରୁ ବିଲ କାମ ବଡ ଧୁମ ଧାମରେ ଚାଲିଥାଏ। ଚଳିତ ବର୍ଷ ମୌସୁମି ଠିକ୍ ସମୟରେ ଆସିଥିଲେ ମଧ୍ୟ ବର୍ଷା ଠିକ୍ ଭାବରେ ହେଇନଥିବାରୁ ବିଲ କାମ ଠିକ୍ ଭାବରେ ଆଗେଇ ପାରିନାହିଁ। ଅନ୍ୟପଟେ ଅଧିକାଂଶ ଚାଷୀମାନେ ବିଲରେ ଧାନ ବୁଣି ଥିଲେ ମଧ୍ୟ ତାହା ପାଣି ଅଭାବରୁ ମାଟି ତଳୁ ଗଛ ଗୁଡିକ ଠିକ୍ ଭାବରେ ଉଠି ପାରିନାହିଁ। ଏହାକୁ ଦେଖି ଚାଷୀମାନଙ୍କ ମନ ଭିତରେ ଏକ ପ୍ରକାରର ଛନକା ପସିଯାଇଛି। ଚାଷୀମାନଙ୍କ କହିବା ଅନୁସାରେ ଜୁଲାଇ ମାସ ଆରମ୍ଭରୁ ଧାନ ଗଛ ଲଗାଇବା ସହିତ ଧାନ ଗଛ ଗୁଡିକୁ ହଳ କରି ବିହିଡିବା ସହ ବାଛି ଥାନ୍ତି। ବର୍ଷା ନହେବାକୁ ନେଇ ଚାଷଜମି ଗୁଡିକରେ ପାଣିନଥିବାକୁ ନେଇ ଏପର୍ଯ୍ୟନ୍ତ ଧାନ ଗଛ ଲଗାଯାଇ ପାରିନାହିଁ। ଯାହା ଫଳରେ ଏକର ଏକର ଚାଷ ଜମି ଚାଷ ନହୋଇ ପଡିଆ ଅବସ୍ଥାରେ ପଡ଼ିରହିଛି। ଧାନ ଲଗା ହୋଇଥିବା ଜମି ଗୁଡିକରେ ପାଣି ଅଭାବରୁ ଧାନ ଗଛ ଗୁଡିକ ମରିବାକୁ ବସିବାକୁ ନେଇ ଚାଷୀମାନେ ଗୋରୁ ଗାଈ ଛାଡି ଦେଇଥିବାର ଦୃଶ୍ୟମାନ ହୋଉଛି। ଆଗାମୀ ଦିନ ମଧ୍ୟରେ ଉଚିତ୍ ପରିମାଣର ବର୍ଷା ନହେଲେ ଚାଷ କରିଥିବା ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବେ। ସାଧାରଣତଃ ଗ୍ରାମାଞ୍ଚଳର ଚାଷୀମାନେ ପ୍ରତେକ ବର୍ଷ ଏହି ବର୍ଷା ଦିନଟିକୁ ଚାହିଁ ବସିଥାନ୍ତି। ଚାଷ କାର୍ଯ୍ୟରେ ୪ରୁ୬ ମାସ କଠିନ ପରିଶ୍ରମ କରି ବର୍ଷ ସାରାର ଖାଦ୍ୟ ସଂଗ୍ରହ କରିଥାନ୍ତି କିନ୍ତୁ, ଏବର୍ଷ ବର୍ଷା ଋତୁକୁ ଗ୍ରୀଷ୍ମ ଋତୁ ଗିଳି ବସିବାକୁ ନେଇ ଚାଷୀକୂଳ ହତାଶ ହୋଇ ବସିଛି। ଅନେକ ଗରିବ ଚାଷୀମାନେ ଚାଷ କାର୍ଯ୍ୟ ପାଇଁ ଧାର କରଜ କରିବା ସହ ବ୍ୟାଙ୍କମାନଙ୍କରୁ ଋଣ ନେଇ ଚାଷ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସମୟରେ ଉଚିତ୍ ପରିମାଣର ବର୍ଷା ନହେବାକୁ ନେଇ ଚାଷୀମାନେ ଚାଷ କାର୍ଯ୍ୟ ନିମନ୍ତେ କରିଥିବା ଧାର କରଜ ଓ ବ୍ୟାଙ୍କମାନଙ୍କରୁ ଆଣିଥିବା ଋଣ ଶୁଝିବାର ଚିନ୍ତା ମନ ଭିତରେ ପଶିଥିବାର ଦେଖିବାକୁ ମିଳିଛି। ଉଚିତ୍ ପରିମାଣର ବର୍ଷା ବର୍ତମାନ ଦିନରେ ନହେଲେ ଅନେକ ଚାଷ ନଷ୍ଟ ହେବା ସହ ଆଗାମୀ ଦିନରେ ଅନେକ ଚାଷୀ ଧାର କରଜ ଓ ବ୍ୟାଙ୍କମାନଙ୍କରୁ ଆଣିଥିବା ଋଣ ଶୁଝିନପାରି ଆତ୍ମହତ୍ୟାର ବାଟ ବାଛି ନେବାକୁ ପଛେଇବେ ନାହିଁ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top