ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

ପୁରୀ, ୩୧/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଗୁରୁବାର ସଂଧ୍ୟାରେ ସଂଙ୍ଗଠିତ ହୋଇଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ। ଏହି ରାହୁଗ୍ରସ୍ତ ପୂର୍ଣ୍ଣଗ୍ରସ୍ତ ଚନ୍ଦ୍ର ଗ୍ରହଣର ଆଦ୍ୟାନ୍ତ କାଳ ୩ ଘ.୨୭ ମିନିଟ ରହିଥିଲା। ୫ ଟା ୧୭ ମିନିଟ ୧୯ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହୋଇଥିବା ବେଳେ ରାତ୍ରୀ ୮ ଟା ୪୦ ମିନିଟ ୫୦ ସେକେଣ୍ଡରେ ସପୂର୍ଣ୍ଣ ମୋକ୍ଷ ହୋଇଥିଲା। ଗ୍ରହଣ ସ୍ପର୍ଶ ହେବାପରେ ଶ୍ରୀମନ୍ଦିର ମହାପ୍ରଭୁଙ୍କର ଦେବ ନୀତି ଆରମ୍ଭ ହୋଇ ମହାସ୍ନାନ ହେବା ପରେ ଗ୍ରହଣ ଭୋଗ କରାଯାଇଥିଲା। ଗ୍ରହଣକୁ ଛାଡିବାପରେ ଲୋକମାନେ ମହୋଦଧୀ, ତୀର୍ଥ ପୁଷ୍କରିଣୀ ସମେତ ଘରମାନଙ୍କର ସ୍ନାନ କରି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଘର ମାନଙ୍କରେ ମଧ୍ୟ ଦିଅଁ ମାନଙ୍କର ପୂଜା ଅର୍ଚ୍ଚନା କରିଯିବା ସହ, ସହରରେ ଥିବା ଅନ୍ୟାନ୍ୟ ଦେବା ଦେବୀ ମନ୍ଦିର ଗୁଡିକରେ ମଧ୍ୟ ଦେବ ନୀତି ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *