କେନ୍ଦୁଝର

ବର୍ଷଟିଏ ବି ଗଲାନି, ସାଳନ୍ଦୀ ହଦଗଡ଼ ଡ୍ୟାମର ସୁରକ୍ଷା ବାଡ଼ା ଭାଙ୍ଗିଗଲା, ଦୁର୍ଘଟଣା ଘଟିବାର ଆଶଙ୍କା

ହାଟଡିହି-୬/୧୨/ : ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗର ଉନ୍ନୟନ କାର୍ଯ୍ୟ, ରାସ୍ତା ଘାଟ ଠାରୁ ଆରମ୍ଭ କରି କେନାଲ, ବନ୍ଧବାଡ ନିର୍ମାଣ କାର୍ଯ୍ୟ ଗୁଡିକ ଅତି ନିମ୍ନମାନର କରାଯାଉଥିବାରୁ ସବୁବେଳେ ଚର୍ଚ୍ଚାର ପରିଧି ଭିତରେ ରହୁଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ହାଟଡିହି ବ୍ଲକର ସାଳନ୍ଦୀ ହଦଗଡ଼ ଡ୍ୟାମର ସୁରକ୍ଷା ବାଡା ନିର୍ମାଣ କ୍ଷେତ୍ରରେ । ଗତବର୍ଷ ଏହି ସୁରକ୍ଷାବାଡା ନିର୍ମାଣ କରାଯାଇଥିବାବେଳେ ତାହା ଦିନ କେଇଟା ମଧ୍ୟରେ ଭାଙ୍ଗିଯାଇ ଅସୁରକ୍ଷିତ ହୋଇପଡ଼ିଛି । ସାଳନ୍ଦୀ ହଦଗଡ଼ ଡ୍ୟାମ ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲାକୁ ଚାଷକାର୍ଯ୍ୟ ପାଇଁ ପାଣି ଯୋଗାଇଥାଏ । ଏହା ଜିଲା ଗୁଡ଼ିକର ଜୀବନ ରେଖା ପାଲଟିଥିବା ବେଳେ ଓଡ଼ିଶା ମାନଚିତ୍ରରେ ଏହା ପର୍ଯ୍ୟଟନ କ୍ଷେତ୍ର ଭାବରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । କିନ୍ତୁ ଏହା ରାଜ୍ୟ ଓ ଜିଲା ପ୍ରଶାସନର ଅବହେଳା ପାଇଁ ଡ୍ୟାମଟିର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି । ଡ୍ୟାମର ମରାମତି ଓ ବିଦୁ୍ୟତ କରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ତାହା ପ୍ରକୃତ ପକ୍ଷେ କରାନଯାଇ କାଗଜ କଲମରେ ଦର୍ଶାଇ ତାହାକୁ ବାଟମାରଣା କରାଯାଉଛି ବୋଲି ଅଭିଯୋଗ ହେଉଛି । ଭାଙ୍ଗି ଯାଇଥିବା ସୁରକ୍ଷା ବାଡା ଗୁଡିକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଗତବର୍ଷ ନିର୍ମାଣ କରାଯାଇଥିବାବେଳେ ତାହା ଭାଙ୍ଗିରୁଜି ନଷ୍ଟ ହୋଇ ଅସୁରକ୍ଷିତ ହୋଇ ପଡ଼ିଥିବା ବେଳେ ଲାଇଟ୍ ଷ୍ଟାଣ୍ଡ ଗୁଡ଼ିକର ମୂଳ ଖାଇ ନଷ୍ଟ ହୋଇ ବଙ୍କା ହୋଇଯାଇଛି । ଡ୍ୟାମକୁ ଦେଖିବା ପାଇଁ ଦୈନିକ ଶହ ଶହ ପର୍ଯ୍ୟଟକ ଯାଉଥିବା ବେଳେ ଏବେ ଡିସେମ୍ବର ଠାରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ୩/୪ଟି ଜିଲାର ଲୋକ ସେଠାକୁ ଯାଇ ବଣଭୋଜି କରିବା ସହ ଡ୍ୟାମ ବୁଲି ଦେଖିଥାନ୍ତି । ଏଭଳି କ୍ଷେତ୍ରରେ ସୁରକ୍ଷା ବାଡ଼ା ଦୁର୍ବଳ ଥିବାରୁ ବାଡ଼ାରେ ଡେରି ହୋଇ ଡ୍ୟାମର ତଳକୁ ଦେଖୁଥିବା ଲୋକମାନଙ୍କର ଅଘଟଣ ଘଟିବାର ଆଶଙ୍କା ଦେଖାଦେଇଛି । ତାଛଡ଼ା ସୁରକ୍ଷା ବାଡ଼ା ଗୁଡ଼ିକ ପୂର୍ବରୁ ଅତି ଦୁର୍ବଳ କାର୍ଯ୍ୟ ହୋଇଥିବାବେଳେ ତାହା ପିସ ପିସ ହୋଇ ବାହାରି ଯାଉଛି । ସୁରକ୍ଷା ବାଡ଼ା ଗୁଡ଼ିକ ସ୍ଥାୟୀ ଖୁଣ୍ଟ ସହ ସଂଯୋଗ ନଥିବାରୁ ଦୁର୍ଘଟଣା ଘଟିବାର ଆଶଙ୍କା ପାଇଛି । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ସ୍ଥାୟୀ ଓ ଉନ୍ନତ ମାନର ସୁରକ୍ଷା ବାଡ଼ା ନିର୍ମାଣ କରିବାକୁ ଦାବି ହେଉଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top