ad
ଜଗତସିଂହପୁର

ବର୍ଯ୍ୟବସ୍ତୁ ପରିଚାଳନାରେ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ବିଫଳ

ତିର୍ତ୍ତୋଲ୧୬/୦୫ (ଓଡ଼ିଆ ପୁଅ/ଟୁକନ ସେଠୀ)- କଟକ ପାରାଦ୍ୱୀପ ରାସ୍ତାର ମଣିଜଙ୍ଗା ଠାରେ ରହିଛି ତିର୍ତ୍ତୋଲ ବ୍ଲକର ଏକ ମାତ୍ର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର। ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଯ୍ୟବସ୍ତୁ ପରିଚାଳନାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବର୍ଯ୍ୟବସ୍ତୁ ଯଥା ଗଜକନା, ପୁଜ, ମଳ, ମୁତ୍ର, ରକ୍ତ, ସିରିଞ୍ଚ, ଇଞ୍ଜେକସନ ଶିଶି, ଔଷଧ ଖୋଳ ପ୍ରଭୃତି ନଷ୍ଟ କରିବାପାଇଁ ବର୍ଯ୍ୟବସ୍ତୁ ପରିଚାଳନା ଗୃହ ରହିଛି। ବର୍ଯ୍ୟବସ୍ତୁ ପରିଚାଳନାକୁ ପାଚେରୀ ସହିତ ଲୁହା ଗ୍ରୀଲଗେଟ୍ ଥିବାବେଳେ ତାହାର ପାଶ୍ୱର୍ରେ ବର୍ଯ୍ୟବସ୍ତୁ ଖୁଲମ ଖୁଲା ଫିଙ୍ଗାଯାଇଥିବା ଦେଖିବାକୁ ମିଳିଛି। ସାମାନ୍ୟ ପବନରେ ରକ୍ତପୁଜ ଭିଜା ତୁଳା, ଗଜକନା, ଔଷଧ ଖୋଳ ଗୁଡ଼ିକ ମେଡ଼ିକାଲ ପରିସରରେ ଘୁରିବୁଲୁଥିବା ଦେଖିବାକୁ ମିଳିଛି। ସରକାରଙ୍କ ପକ୍ଷରୁ ପ୍ରଚୁର ଅର୍ଥ ଖର୍ଚ୍ଚକରି କର୍ମଚାରୀ ଓ ବର୍ଯ୍ୟବସ୍ତୁ ପରିଚାଳନା ସ୍ଥାନ କରାଯାଇଥିଲେ ମଧ୍ୟ କତ୍ତୃପକ୍ଷଙ୍କ ଅବହେଳାଯୋଗୁଁ ମେଡ଼ିକାଲ ପରିସରରେ ବର୍ଯ୍ୟବସ୍ତୁର ପରିଚାଳନା ସଠିକ୍ ଭାବରେ କରାଯାଉନଥିବା ସ୍ତାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଉଚ୍ଚକତ୍ତୃପକ୍ଷ ଏହାର ବିଧିବଧ ତଦନ୍ତ କରି ପଦକ୍ଷେପ ନେବାକୁ ଦାବିହୋଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top