ଓଡ଼ିଶା

ବର୍ଦ୍ଧନା ଜଙ୍ଗଲରେ ୨୨ହାତୀପଲ, ଭୟଭୀତ ଅବସ୍ଥାରେ ଜନସାଧାରଣ

ତୁରୁମୁଙ୍ଗା,ତା ୧୨ ଅଗଷ୍ଟ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଧିନସ୍ଥ ବର୍ଦ୍ଧନା ଜଙ୍ଗଲରେ ୨୨ ହାତୀପଲ ଥିବାର ଜଣାପଡିଛି । ସୂଚନା ଅନୁଯାୟୀ ଶନିବାର ଦିନ ସକାଳ ସମୟରେ ଏହି ହାତୀପଲ ଚମ୍ପୁଆ ପଟରୁ ଆସି ବର୍ଦ୍ଧନା ଜଙ୍ଗଲରେ ଡେରା ପକେଇଛନ୍ତି । ଉକ୍ତ ହାତୀପଲଙ୍କ ଗର୍ଜନ ଶୁଣି ଭୟଭୀତ ଅବସ୍ଥାରେ ଏଅଞ୍ଚଳର ଜନସାଧାରଣ । ତୁରନ୍ତ ବନବିଭାଗ ତରଫରୁ ଏହି ଅଞ୍ଚଳରୁ ହାତୀପଲଙ୍କୁ ଘଉଡାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଅନ୍ୟ ପଟେ ହାତୀପଲଙ୍କୁ ଘଉଡାଇବା ପାଇଁ ବନ ବିଭାଗର କର୍ମଚାରୀ ନିୟୋଜିତ ହୋଇଥିବାର ଚମ୍ପୁଆ ରେଞ୍ଜର ଘନଶ୍ୟାମ ବାରିକ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top