ଓଡ଼ିଶା

ବର୍ଣ୍ଣବୋଧର ବର୍ଣ୍ଣାଳିରେ ଓଡିଆ ଭାଷା ଓ ସାହିତ୍ୟର ଭିତ୍ତିଭୂମି ସୁଦୃଢ ବର୍ଣ୍ଣବୋଧ ଦିବସ ପାଳିତ

ଭଦ୍ରକ, ୨୬ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବର୍ଣ୍ଣବୋଧର ବର୍ଣ୍ଣାଳିରେ ଓଡିଆ ଭାଷା ଓ ସାହିତ୍ୟର ଭିତ୍ତିଭୂମି ସୁଦୃଢ ହେବା ସହିତ ଓଡିଆ ସାହିତ୍ୟ ବିକଶିତ ହୋଇଛି। ଭକ୍ତକବି ମଧୁ ସୂଦନ ରାଓଙ୍କ ରଚିତ ‘ବର୍ଣ୍ଣବୋଧ’ ଓଡିଆ ଭାଷା ଓ ସାହିତ୍ୟକୁ ଯୁଗ ଯୁଗ ଧରି ଆଲୋକ ପ୍ରଦର୍ଶିତ କରୁଥିବ ବୋଲି ଓଡିଆ ଓ ଭାଷା ସାହିତ୍ୟ ପ୍ରତିଷ୍ଠାନ, ଭଦ୍ରକ ଆନୁକୁଲ୍ୟରେ ତଥା ଡ. ନରହରି ବେହେରାଙ୍କ ଆବାହକତ୍ୱରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ବର୍ଣ୍ଣବୋଧ ଦିବସରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଓଡିଆ ଭାଷା ଓ ସାହିତ୍ୟ ପ୍ରତିଷ୍ଠାନର ସଭାପତି ଇଂ ଅଭୟ ସୂତାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବର୍ଣ୍ଣବୋଧ ଦିବସରେ ‘ଓଡିଆ ଭାଷା ସାହିତ୍ୟରେ ବର୍ଣ୍ଣବୋଧର ବର୍ଣ୍ଣାଳି’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଜଗତ୍ଜନନୀ ସାହିତ୍ୟ ପତ୍ରିକାର ସଂପାଦକ ନାଟ୍ୟକାର ସୁଧାକର ନନ୍ଦ ମୁଖ୍ୟ ଅତିଥି, ଶିଶୁ ସାହିତ୍ୟିକ ତଥା ଅବସରପ୍ରାପ୍ତ ପ୍ରଫେସର ଅଟଳ ବିହାରୀ ନାୟକ ମୁଖ୍ୟବକ୍ତା, ପଣ୍ଡିତ ଦୈତ୍ୟାରି ମହାପାତ୍ର ସମ୍ମାନନୀୟ ଅତିଥି, ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କୃପାସିନ୍ଧୁ ନାୟକ ସମ୍ମାନନୀୟ ବକ୍ତା ଭାବେ ଏହି ଉତ୍ସବରେ ଯୋଗ ଦେଇଥିଲେ। ପ୍ରତିଷ୍ଠାନର ଆବାହକ ଡ. ବେହେରା ସ୍ୱାଗତ ଭାଷଣ, ସଂପାଦକ ଅଧ୍ୟାପକ ନୀହାର ରଞ୍ଜନ କର ସଂପାଦକୀୟ ବକ୍ତବ୍ୟ, ସହସଂପାଦକ ଗୌତମ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ସହସଂପାଦକ ବିଜୟ କୁମାର ବହଳି ଧନ୍ୟବାଦ ଅର୍ପଣ କରିଥିଲେ ଓ ସହସଂପାଦକ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଅତିଥିମାନଙ୍କୁ ମଞ୍ଚ ନିମନ୍ତ୍ରଣ କରିଥିଲେ। ଏହି ଉତ୍ସବ ଅବସରରେ ବିଶିଷ୍ଟ ବ୍ୟାକରଣବିତ୍ ଓ ସାହିତ୍ୟିକ ଚକ୍ରଧର ପଣ୍ଡା, ଗୀତିକବି ତଥା ସମାଜସେବୀ ସାଧୁ ଚରଣ ମହାପାତ୍ର ଓ ଔପନ୍ୟାସିକ ଶଚୀନ୍ଦ୍ର ନାଥ ମାଝୀଙ୍କୁ ବର୍ଣ୍ଣବୋଧ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉତ୍ସବକୁ ପ୍ରଧାନ ଶିକ୍ଷକ ବାଦଲ କୁମାର ମହାପାତ୍ର ପରିଚାଳନା କରିଥିଲେ। ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶିଶୁ ଶିଳ୍ପୀ ସୋହନା କର ଉତ୍ସବରେ ନୃତ୍ୟ ପରିବେଷଣ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଛବିରାଣୀ ବିଶ୍ୱାଳ, ଡ. ରାଧାରାଣୀ ମହାପାତ୍ର, କବୟିତ୍ରୀ ଗୀତାରାଣୀ ଆଇଚ, ବ୍ୟଙ୍ଗ ସାହିତ୍ୟିକା ବସନ୍ତ ମିଶ୍ର, ଶିକ୍ଷୟିତ୍ରୀ ତପସ୍ୱିନୀ ଦାଶ, ଡ. ରାମଚନ୍ଦ୍ର ପଲାଇ, ଡ. ପଦ୍ମକାନ୍ତ ଧଳ, ନାଟ୍ୟଶ୍ରୀ ନିର୍ମଳ ରାଉତ, ରତିକାନ୍ତ ବେହେରା, ଆଡ୍ଭୋକେଟ ଗିରିଧାରୀ ନାଥ, ହେମେନ୍ଦ୍ର ନାଥ ମହାନ୍ତି, ମନୋଜ କୁମାର ଜେନା ପ୍ରମୁଖ ଉତ୍ସବରେ ଯୋଗ ଦେଇଥିଲେ। ବହୁ ସାହିତ୍ୟିକ, ବୁଦ୍ଧିଜୀବୀ, ସାମ୍ବାଦିକ, କଳାକାର ଏହି ଉତ୍ସବରେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top