ବରେଇଗୋଡା ଗ୍ରାମରେ ୬ ବଣୁଆ ହାତୀଙ୍କ ଉପଦ୍ରବ, ଲୋକଙ୍କ ମଧ୍ୟରେ ଭୟ

ହରିଚନ୍ଦନପୁର, ତା୦୫.୦୧ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବରେଗୋଡା ରେବଣା ବନବିଭାଗ ଅଧିନସ୍ଥ ବରେଇଗୋଡା ଗ୍ରାମରେ ୬ଟି ବଣୁାଆ ହାତୀ ଉପଦ୍ରବକୁ ନେଇ ଗ୍ରାମଲୋକେ ଭୟଭିତ। ସୂଚନା ନେବାରୁ ଜଣା ପଡିଛି ଯେ ଦୈତାରୀ ରେଞ୍ଜର ଅଧିନରେ ରହିଥିବା ବରେଇଗୋଡା ଗ୍ରାମର ସର୍ଦ୍ଧାର ସାହିକୁ ଲାଗି ରହିଥିବା ଧୁବୁଲା ହୁଡିରେ ୬ଟି ବଣୁଆ ହାତୀ ରହିଥିବା ଅଭିଯୋଗ ହୋଇଛି। ରେବଣା ବନବିଭାଗ କର୍ମଚାରୀଙ୍କୁ ଜଣାଇଲା ପରେ ବନବିଭାଗ କର୍ମଚାରୀମାନେ ଖବର ପାଇ ଦୈତାରୀ ରେଞ୍ଜରକୁ ଖବର ଦେଇଥିଲେ। ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ପଲକୁ ଗାଁ ମଧ୍ୟରୁ ଜଙ୍ଗଲକୁ ଘଉଡାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ହାତୀଗୁଡିକ ଜାଗା ଚାଡି ଯାଇନଥିଲେ ତେଣୁ ଆଖପାଖ ଅଞ୍ଚଳର ଲୋକମାନେ ଭୟଭିତ ଅବସ୍ଥାରେ ରହିଛନ୍ତି। ଗ୍ରାମର ଲୋକମାନଙ୍କ ଅଭିଯୋଗରୁ ଜଣା ପଡ଼ିଛି ଯେ ବନବିଭାଗର କର୍ମଚାରୀମାନେ ହାତୀଗୁଡିକୁ ଜଙ୍ଗଲକୁ ଘଉଡାଇବା ପାଇଁ ଆଣିଥିବା ବାଣ ଗୁଡିକର ଶିଶାକୁ ଭୁଲିଯାଇ କାର୍ଯ୍ୟଳୟରେ ଛାଡି ଚାଲି ଆସିଥିଲେ। ହାତୀ ଘଉଡାଇବା ପାଇଁ ସରକାର ସବୁ ପ୍ରକାରର ବ୍ୟବସ୍ଥା କରିଥିଲେ ମଧ୍ୟ ବିଭାଗୀୟ କର୍ମଚାରୀମାନଙ୍କ ଖାମଖିଆଲି ମନଭାବକୁ ନେଇ ଏପରି ବ୍ୟତିକ୍ରମ ଦେଖିବାକୁ ମିଳୁଛି ବୋଲି ଜନସାଧାରଣରେ ଆଲୋଚନା ହେଉଛି।ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ହାତକୁ ଘଉଡାଇବା ଦିଗରେ ବନବିଭାଗ କର୍ମଚାରୀମାନଙ୍କୁ ତାଗିଦ୍ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *