ବରେଇଗୋଡାରେ ପୁଣି ମାଓ ପୋଷ୍ଟର, ଭୟଭିତରେ ଅଞ୍ଚଳବାସୀ, ପୋଲିସ ପ୍ରଶାସନ ନିରବ

ହରିଚନ୍ଦନପୁର, ତା୩୦.୦୪ (ଓଡିଆ ପୁଅ/ ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଦୈତାରୀ ଥାନା ଅଧିନସ୍ଥ ବରେଇଗୋଡା ଗ୍ରାମପଞ୍ଚାୟତର ନୂଆସାହି ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଘର କାନ୍ଥରେ ମାଓପୋଷ୍ଟରକୁ ନେଇ ଭୟରେ ଗ୍ରାମବାସୀ। ସୂଚନା ମୁତାବକ ଗତ କିଛି ଦିନ ପୂର୍ବରୁ ଏହି ଅଞ୍ଚଳ ମାଓବାଦୀଙ୍କ ଆଡାସ୍ଥଳୀ ପାଲଟିବା ସହ ଆତଙ୍କ ସୃଷ୍ଟି କରିଥିବାର ଜଣାପଡିଛି। ଗତ ରବିବାର ଦିନ ରାତି ୧୦ଟା ସମୟରେ ନୂଆସାହି ନିକଟସ୍ଥ ରମାକାନ୍ତ ଭୂଆଁଙ୍କ ଘର କାନ୍ଥରେ ମାଓପୋଷ୍ଟର ଲାଗିଥିବାର ଜଣାପଡିଛି। ଖବରକୁ ଭିତ୍ତି କରି ଆମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତର ସତ୍ୟାସତ ଜଣାପଡିନଥିବା ସହ ପୋଲିସ ତଦନ୍ତକୁ ଅପେକ୍ଷା କରିଥିଲେ। ଦୈତାରୀ ପୋଲିସ ଘଟଣାର ଖବର ସୋମବାର ଦିନ ସକାଳ ସମୟରେ ପାଇବା ପରେ ଘଟଣାସ୍ଥଳରେ ଦିନ ୧୨ଟା ସମୟରେ ପହଞ୍ଚି ତଦନ୍ତ ଚଳାଇଥିବାର ଜଣାପଡିଛି। ଗ୍ରାମବାସୀଙ୍କ କହିବା ଅନୁସାରେ ୨୦୧୧ ମସିହାରୁ ମାଓବାଦୀଙ୍କ ଭୟ ଲୋକମାନଙ୍କ ଠାରୁ ଦୂରେଇ ଯାଇଥିଲା କିନ୍ତୁ ପୁଣି ଗତ ରବିବାର ଦିନ ଉକ୍ତ ମାଓ ପୋଷ୍ଟରକୁ ନେଇ ଚିନ୍ତାରେ ବରେଇଗୋଡା ଗ୍ରାମବାସୀ ରହୁଥିବାର ଜଣାପଡିଛି। ପୋଷ୍ଟର ଓ କାନ୍ଥ ମଧ୍ୟରେ କଳାକାଳୀରେ ଲେଖାଯାଇଥିବାର ଜଣାଯିବା ସହ ଉକ୍ତ ପୋଷ୍ଟର ମଧ୍ୟରେ ୧ଲକ୍ଷଟଙ୍କା ନଦେଲେ ହତ୍ୟା କରିବାର ଧମକ ରହିଥିବାର ଉଲେଖ ରହିଥିବାର ଜଣାପଡିଛି। ଜିଲ୍ଲା ପୋଲିସ ପୋଷ୍ଟର ବାବଦରେ ଜାଣିବା ପରେ ସନ୍ଦେହ କରିନଥିବା ସହ ଦୈତାରୀ ପୋଲିସର ତଦନ୍ତ ଅପେକ୍ଷାରେ ରହିଥିବାର ଜାଣିବାକୁ ମିଳିଛି। ପୋଲିସର ତଦନ୍ତ ପରେ ଜଣାପଡିବ ବାସ୍ତବରେ ଉକ୍ତ ଘଟଣା ମାଓବାଦୀଙ୍କ କାର୍ଯ୍ୟକଳାପ ନାଁ ଲୋକମାନଙ୍କ ମଧ୍ୟରେ କେହିଁ ଜଣେ ନିଜକୁ ମାଓବାଦୀ ପରିଚୟ ଦେଇ ଲେକମାନଙ୍କୁ ଭୟବିତ କରିବାକୁ ଉଦ୍ୟମ କରୁଛି ତାହା ଜଣାପଡିବ। ଦୈତାରୀ ପୋଲିସ ଯଥାଶୀଘ୍ର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ବରେଇଗୋଡା ଗ୍ରାମପଞ୍ଚାୟତର ଜନସାଧାରଣ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *