ଜିଲ୍ଲା ପରିକ୍ରମା

ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ; ଅନ୍ଧାରରେ ଡହଳବିକଳ ରୋଗୀ

ଯାଜପୁର-୧୪/୭(ଓଡିଆ ପୁଅ/ଏ.ରାଉତ) ବିଭିନ୍ନ ସମସ୍ୟାରେ ବୁଡିରହିଥିବା ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ କାଟ ସମୟରେ ରୋଗୀ ଅନ୍ଧାରରେ ଡହଳବିକଳ ହେଉଛନ୍ତି। ଗତ ଗୁରୁବାର ଦିନ ସଂଧ୍ୟାରୁ ଡେରି ରାତି ପର୍ଯ୍ୟନ୍ତ ଏହି ଅବସ୍ଥା ଦେଖିବାକୁ ମିଳିଥିଲା ୨୯ଟି ପଂଚାୟତର ସ୍ୱାସ୍ଥ୍ୟ ସମସ୍ୟାକୁ ବୁଝୁଥିବା ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ। ସାଧାରଣ ପବନ ଓ ବର୍ଷାରେ ବରୀରେ ବିଦ୍ୟୁତ କାଟ ଥୟ ହୋଇଥିଲାବେଳେ ଗୁରୁବାର ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା ବରୀ ଅଂଚଳରେ। ଅପରାହ୍ନରେ ଆକାଶ ମେଘାଚ୍ଛନ୍ନ ହୋଇଥିଲାବେଳେ ବେଶ କିଛି ସମୟ ଧରି ବର୍ଷା ହୋଇଥିଲା। ଫଳରେ ବିଦ୍ୟୁତ ଦୀର୍ଘ ସମୟ ଧରି ଚାଲିଯାଇଥିବା ଦେଖିବାକୁ ମିଳିଥିଲା। ପ୍ରାୟ ସଂଧ୍ୟା ୫ଟାରେ ବିଦ୍ୟୁତ କଟି ଯାଇଥିଲାବେଳେ ରାତି ୧ଟା ବେଳକୁ ଆସିଥିଲା। ଏହି ସମୟରେ ବରୀ ଗୋଷ୍ଠି ସ୍ୱାସ୍ଥୟକେନ୍ଦ୍ରରେ ରହି ୭ ଜଣ ରୋଗୀ ଚିକିତ୍ସିତ ହେଉଥିଲାବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଥିଲେ ପ୍ରସୁତି। ଅପରପକ୍ଷେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଜେନେରେଟରଟି ମଧ୍ୟ ଚାଲୁନଥିଲା। କିଛି ସମୟ ପରେ ଡାକ୍ତର ହିମାଂଶୁ ଶେଖର ନାଥ ଆସି ଏହି ଜେନେରେଟକୁ ଷ୍ଟାର୍ଟ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ଚାଲିନଥିଲା। ଅପରପକ୍ଷେ ଅନ୍ଧାର ମଧ୍ୟରେ ରୋଗୀମାନେ ଶଯ୍ୟାରେ ଶୋଇଥିଲାବେଳେ କିଛି ରୋଗୀ ସଂପର୍କୀୟ ମାନେ ମହମବତୀ ଜଳାଇଥିଲାବେଳେ କିଛି ମୋବାଇଲ ଲାଇଟ ଦେଖାଇଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଯଦି ଜଣେ ଗୁରୁତର ରୋଗୀ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସି ଥଆନ୍ତା ତେବେ ଅନ୍ଧାର ମଧ୍ୟରେ କିଭଳି ତାର ଚିକିତ୍ସା ହୋଇଥାଆନ୍ତା?। ସରକାର ସ୍ୱାସ୍ଥ୍ୟସେବାର ବିକାଶ କରିଥିଲାବେଳେ ଏହା କିଭଳି ବିକାଶ ବୋଲି ସାଧାରଣରେ ଆଲୋଚନାକୁ ଖୋରାକ ଯୋଗାଇଛି। ଆଜକୁ ଦୀର୍ଘ ଦିନ ହେଲା ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ବିଭିନ୍ନ ସମସ୍ୟାକୁ ନେଇ ବୁଡିରହିଥିଲାବେଳେ ଏ ବିଷୟରେ ଜିଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ମଧ୍ୟ ବାରମ୍ବାର ଅବଗତ କରାଯାଇଛି। ହେଲେ ବିଡମ୍ବନାର ବିଷୟ ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତି ଜିଲା ସ୍ୱାସ୍ଥ୍ୟ ବିଭାଗ ବାରମ୍ବାର ବୈମାତୃକ ଭାବ ଦେଖାଇ ଚାଲିଛି। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top