ଓଡ଼ିଶା

ବରିଷ୍ଠ ସାମ୍ବାଦିକ ଶାନ୍ତନୁ ବିଶ୍ୱାଳଙ୍କ ପରଲୋକ

ବରଗଡ଼, ୧୨/୯ (ଓଡ଼ିଆ ପୁଅ)- ପୁରୁଖା ସାମ୍ବାଦିକ ଶାନ୍ତନୁ ବିଶ୍ୱାଳଙ୍କ ଆଜି ପ୍ରାତଃ ୪ଟାରେ ସ୍ଥାନୀୟ ବିକାଶ ହସପିଟଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ଏହି ଖବର ପ୍ରଚାରିତ ହେବା ମାତ୍ରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମରଶରୀରକୁ ଜନ୍ମମାଟି ବୁଦେଲପାଲିକୁ ନିଆଯିବା ପରେ ସେଠାରୁ ବରଗଡ଼ ସାମ୍ବାଦିକ ସଂଘ ପରିସରକୁ ଅଣାଯାଇ ଥିଲା। ଏଠାରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ପ୍ରକାଶ ଦେବତା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ନଗରପାଳ ପ୍ରଶାନ୍ତ ବେହେରା, ପୂର୍ବତନ ବିଧାୟକ ସାଧୁଚରଣ ନେପାକ, ଚାଷୀନେତା ଲିଙ୍ଗରାଜ ଏବଂ ଅନ୍ୟାନ୍ୟ ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ସାମ୍ବାଦିକ ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ। ଏକ ଶୋଭାଯାତ୍ରାରେ ମରଶରୀରକୁ ତାଙ୍କ କଲେଜ ରୋଡ଼ସ୍ଥିତ ବାସଭବନକୁ ନିଆଗଲା ପରେ ସେଠାରୁ ଜୀରାନଦୀ କୂଳକୁ ନିଆଯାଇ ଦାହସକ୍ରାର କରଯାଇଥିଲା। ଶାନ୍ତନୁ ବିଶ୍ୱାଳ ଛାତ୍ରାବସ୍ଥାରେ ବରଗଡ଼ ପଞ୍ଚାୟତ କଲେଜ ଛାତ୍ରସଂସଦ ସଭାପତି ପରେ ବରଗଡ଼ ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଭାପତି, ବୀର ସୁରେନ୍ଦ୍ର ସାଏ କ୍ଲବର ସଭାପତି ଥିଲେ। ସେ ସାମ୍ବାଦିକ ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ। ଇପିଏ, ପ୍ରଜାତନ୍ତ୍ର, ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ ଭଳି ବିଭିନ୍ନ ମିଡ଼ିଆ ସଂସ୍ଥା ସହ ସଂପୃକ୍ତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top