ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତିଙ୍କ ପରଲୋକ

ପୁରୀ:୨୧/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତିଙ୍କ ଆଜି ପୂର୍ବାହ୍ନରେ ତାଙ୍କ ଅମଲାକ୍ଲବ ଗଳି ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା। ତାଙ୍କ ମର ଶରୀରକୁ ଏକ ପଟୁଆରରେ ସ୍ୱର୍ଗଦ୍ୱାରକୁ ନିଆଯାଇ ଶବ ସତ୍କାର କରାଯାଇଥିଲା। ତାଙ୍କର ଜ୍ୟେଷ୍ଠପୁତ୍ର ସ୍ୱର୍ଗଦ୍ୱାରରେ ମୁଖାଗ୍ନୀ ଦେଇଥିଲେ। ସ୍ୱର୍ଗତତ ମହାନ୍ତିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସହରର ଗଣମାଧ୍ୟମ ପ୍ରତିନିଧି ବିଶିଷ୍ଟ ଭଦ୍ର ବ୍ୟକ୍ତି ଓ ଭଦ୍ର ମହିଳା ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁରେ ଏକ ଶୋକ ସଭା ପୁରୀ ସାମ୍ବାଦିକ ପ୍ରକୋଷ୍ଠରେ ସାମ୍ବାଦିକ ରମେଶ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସ୍ୱର୍ଗତ ମହାନ୍ତି ପୁରୀରୁ ପ୍ରକାଶ ପାଉଥିବା ସାମ୍ପାହିକ ଆଗ୍ନେୟ, କୁରୁକ୍ଷେତ୍ର ଓ ମୃକ୍ତମଣ୍ଡପର ସମ୍ବାଦଦାତା ଭାବେ କାର୍ଯ୍ୟ କରୁଥିଲେ। ସ୍ୱର୍ଗତ ମହାନ୍ତି ସହରର ବିଭିନ୍ନ ସାଂସ୍କୃତିକ ସଂଗଠନ ସହ ଜଡିତ ଥିଲେ। ଏକ ସୁନାମ ଧନ୍ୟ ସାଂସ୍କୃତିକ ଅନୁଷ୍ଠାନ ସ୍ଥିତିମୈତ୍ରୀର ସମ୍ପାଦକ ଥିଲେ। ତାଙ୍କ ମୃତ୍ୟୁରେ କିଶୋର ଚନ୍ଦ୍ର ରଥ, ସତ୍ୟବାନ ପୋଥାଳ, ଶଙ୍କର ବେହେରା, ବାବାଜୀ ଚରଣ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକ ସନ୍ତବ୍ଧ ପରିବାର ବର୍ଗଙ୍କ ପ୍ରତି ସମବେଦନା କରିଥିଲେ।

Leave a Reply

Your email address will not be published. Required fields are marked *