ଭୁବନେଶ୍ୱର, ୧୦.୯ (ଓଡ଼ିଆ ପୁଅ) : ଉତ୍କଳ ସାମ୍ବାଦିକ ସଂଘ ଓ ଭୁବନେଶ୍ୱର ମିଡ଼ିଆ ଫୋରମ୍ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ମିଡ଼ିଆ ଏକ୍ସପୋ-୨୦୧୮ର ଉଦ୍ଘାଟନୀ ଉତ୍ସବରେ ଅର୍ଥ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟଅତିଥି, ସାଂସଦ ତଥା ଦୈନିକ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ବରିଷ୍ଠ ସାମ୍ବାଦିକ ତଥା ସାପ୍ତାହିକ ସମ୍ବାଦପତ୍ର ‘ଉନ୍ନତି ପଥେ’ର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି। ଏହି ଉତ୍ସବରେ ଉପସ୍ଥିତ ଅଛନ୍ତି ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ଏବଂ ଭୁବନେଶ୍ୱର ମିଡ଼ିଆ ଫୋରମର ଅଧ୍ୟକ୍ଷ ପ୍ରଦୀପ କୁମାର ଶାହା ଓ ସାଧାରଣ ସମ୍ପାଦକ ପପୁ ମହାନ୍ତି।

Loading...