ଜିଲ୍ଲା ପରିକ୍ରମା

ବରିଷ୍ଠ ସାମ୍ବାଦିକଙ୍କ ପତ୍ନୀ ସନ୍ଧ୍ୟାରାଣୀଙ୍କ ବିୟୋଗରେ ସ୍ମୃତିଚାରଣ ସଭା

ଯାଜପୁର, ୨୧-୪ (ଓଡିଆପୁଅ) ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ରାଉତଙ୍କ ଧର୍ମପତ୍ନୀ ସନ୍ଧ୍ୟାରାଣୀ ରାଉତଙ୍କ ବିୟୋଗରେ ଏକାଦଶାହ ଅବସରରେ ଧର୍ମଶାଳା ବ୍ଳକ ହରିଦାସପୁର ନିକଟସ୍ଥ କଦଳା (ନେଉଳପୁର) ଗ୍ରାମ ସ୍ଥିତ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା। ଏହି ସ୍ମୃତି ଚାରଣ ସଭାରେ କୁଆଖିଆ ପ୍ରେସ କ୍ଳବର ସଭାପତି ନିଗମାନନ୍ଦ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଏଥିରେ ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତ ରାୟ, ବରୀ ବିଧାୟକ ଦେବାଶିଷ ନାୟକ, ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ଯାଜପୁର ସାଂସଦଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ସାମଲ, ଧର୍ମଶାଳା ଥାନା ଅଧିକାରୀ ଉମାକାନ୍ତ ନାୟକ, ବିଶିଷ୍ଟ ଶିଶୁ ସାହିତ୍ୟିକ ଡଃ ପ୍ରୟନାଥ ମହାପାତ୍ର, କୋରାଇ ବିଧାୟକଙ୍କ ରସୁଲପୁର ପ୍ରତିନିଧି ପ୍ରହଲ୍ଲାଦ ପଣ୍ଡା, କୁଆଖିଆ ପ୍ରେସ ଉପସଭାପତି ବିଶ୍ୱନାଥ ପଣ୍ଡା, ସମାଜସେବୀ କାଳନ୍ଦୀ ଚରଣ କଣ୍ଠ, ଦୁର୍ଯୋଧନ ଦାଶ, ବିଶିଷ୍ଠ ବୁଣାକାର ନେତା ଶ୍ରୀଧର ବେହେରା, ଅଧ୍ୟାପକ ସମରେନ୍ଦ୍ର ଦାଶ, ଯୁଧିଷ୍ଠିର ପରିଡା, ଧର୍ମଶାଳା ପ୍ରେସ କ୍ଳବର ଉପଦେଷ୍ଟା ବଟକୃଷ୍ଣ ପରିଡା, ବରିଷ୍ଟ ସାମ୍ବାଦିକ ରମାକାନ୍ତ ଜେନା ଓ ମହେଶ୍ୱର ବଳ, କୁଆଖିଆ ପ୍ରେସ କ୍ଳବ ସଂପାଦକ ଅମୁଲ୍ୟ କୁମାର ବରାଳ, ସାମ୍ବାଦିକ ଅବିନେଶ୍ୱର ଶତପଥୀ, ମାନସ ରଂଜନ ଜେନା, କପିଳ ରାଉତ, ସୁଶାନ୍ତ ନାୟକ, ସୁରେନ୍ଦ୍ର ସାମଲ, ଅନିରୁଦ୍ଧ ସାମନ୍ତରାୟ, ରଞ୍ଜିତ ରାଉତ୍, ପ୍ରକାଶ ଚନ୍ଦ୍ର ରଥ, କଳ୍ପତରୁ ପଣ୍ଡା, କୈଳାସ ମଳିକ, ଜଗମୋହନ ରାଉତ୍, ଅଞ୍ଜନ ପତି, ବସନ୍ତ ପଲେଇ, ସମରେନ୍ଦ୍ର ମାହାଲା, ମହେଶ୍ୱର ରାଉତ୍, ପ୍ରସନ୍ନ ବିଶ୍ୱାଳ, ସ୍ମରଜିତ ମହାନ୍ତି, ଅଦିତ୍ୟ ମେକାପ୍, ଅଖିଳ ସ୍ୱାଇଁ, ଅକ୍ଷୟ ରାଉତ୍, ଶୁଭେନ୍ଦୁ ସାମଲ, ଗଗନ ଦାସ ସମାଜ ସେବୀ ଗୋଳକ ଚନ୍ଦ୍ର ପଲେଇ, ଶ୍ରମିକ ନେତା ନୃସିଂହ ମିଶ୍ର, ବରୀ ବିଧାର୍ୟକଙ୍କ ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ, ଶିଶୁ ସାହିତ୍ୟିକ ଅଭିମନ୍ୟୁ ଧଳ, ଜିଲ୍ଲା ଯୁବ ବିଜେଡି ଉପସଭାପତି ପ୍ରଭାତ ପୃଷ୍ଟି, ପୂର୍ତ୍ତ ବିଭାଗ ସହ ନିବାହୀ ଯନ୍ତ୍ରୀ ସରୋଜ କୁମାର ନାୟକ, ସମାଜସେବୀ ବାଉରୀବନ୍ଧୁ ରଣା, ପୂର୍ବତନ ବିଆରସିସି ପ୍ରଦୀପ ସାମଲ, ହରିଦସାପୁର ସରପଂଚ ପ୍ରତିନିଧି ରୁପେଶ ଭଦ୍ର, ବୁଣାକାରା ନେତା ନରେନ୍ଦ୍ର ବେହେରା, ଶିକ୍ଷାବିତ ସନାତନ ବାରିକ, କଟକ ବୟନ ମଣ୍ଡଳ ବୈଷ୍ରିକ ସହାୟକ ବସନ୍ତ ସାହୁ, ନେଉଳପୁର ସରପଞ୍ଚ ଦିବାକର ବେହେରା, ସିଂହାପୁର ସରପଞ୍ଚ ପ୍ରତିନିଧି ଅନନ୍ତ କିଶୋର ସ୍ୱାଇଁ, ସମିତି ସଭ୍ୟ ପ୍ରଦିପ୍ତ ନାୟକ, ସିଂହାପୁର ଯାତ୍ରା କମିଟି ସାଧାରଣ ସଂପାଦକ ଯୋଗିନ୍ଦ୍ର ନାୟ.‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି, ବରିଷ୍ଠ ଆଇଟି ମ୍ୟାନେଜର ପ୍ରଦିପ କୁମାର ବେହେରା, ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗୀୟା ସନ୍ଧ୍ୟାରାଣୀ ଜଣେ ଆଦର୍ଶ ଗୃହିଣୀ, ଅମାୟିକ ଓ ନିଷ୍କପଟ ମହିଳା ଥିଲେ ବୋଲି ମତବ୍ୟକ୍ତି କରି ତାଙ୍କ ଆତ୍ମାର ସଦ୍ଗତି କାମନା କରି ଫଟୋଚିତ୍ର ମାଲ୍ୟାର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top