Home ଓଡ଼ିଶା ବରିଷ୍ଠ ପ୍ରଶାସକ କାର୍ତ୍ତିକେୟନ ପାଣ୍ଡିୟାନଙ୍କ ବାସଭବନକୁ ଗୋବର ଫିଙ୍ଗା ଘଟଣା: ଏନ୍.ଜି.ଓ.ସି.ସି ନେତୃତ୍ୱରେ ୩୭ଟି ସଂଗଠନ ମୁଖ୍ୟମନ୍ତ୍ରୀଙ୍କୁ...

ବରିଷ୍ଠ ପ୍ରଶାସକ କାର୍ତ୍ତିକେୟନ ପାଣ୍ଡିୟାନଙ୍କ ବାସଭବନକୁ ଗୋବର ଫିଙ୍ଗା ଘଟଣା: ଏନ୍.ଜି.ଓ.ସି.ସି ନେତୃତ୍ୱରେ ୩୭ଟି ସଂଗଠନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଦାବି କଲେ

129

ଭୁବନେଶ୍ୱର, ତା ୧୨ା୨ (ଓଡ଼ିଆ ପୁଅ) : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ସରକାରୀ ବାସଭବନ ଉପରେ କେତେକ ରାଜନୈତିକ ଗୋଷ୍ଠୀ ଗୋବର ଫିଙ୍ଗା ଓ ଟେକାପଥର ଫୋପାଡ଼ିବା ଘଟଣାକୁ ନେଇ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି ସହ ସହବନ୍ଧିତ ୩୭ଗୋଟି ସଂଗଠନର ପ୍ରମୁଖ କର୍ମଚାରୀ ନେତୃମଣ୍ଡଳୀ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦୁର୍ବୁତମାନଙ୍କ ବିରୋଧରେ ଆଇନ୍ଗତ ଶୃଙ୍ଖଳାଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଗୋବରଫିଙ୍ଗା ଘଟଣାକୁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଆସାମୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ୩୭ଟି କର୍ମଚାରୀ ସଂଗଠନର ପ୍ରତିନିଧିମାନେ ସଚିବାଳୟରେ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଙ୍କୁ ଭେଟି ତାଙ୍କ ଉପରେ ରାଜନୈତିକ ପ୍ରଣୋଦିତ ଉଦ୍ଦେଶ୍ୟ ରଖି ଯେଉଁ ଅମାନବିକ ଘଟଣା ଘଟାଇଛନ୍ତି ତାହା ଅଗଣତାନ୍ତ୍ରିକ ଦର୍ଶାଇ ଏହି ଘଟଣାକୁ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି। ସୁଧାଂଶୁ ପତି ଓ ଗଗନ ଭଞ୍ଜଙ୍କ ନେତୃତ୍ୱରେ ଶତାଧିକ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦୃଢ ଦାବି କରିଥିଲେ। (ଫଟୋ ସୌଜନ୍ୟ ପ୍ରଗତିବାଦୀ)

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.