ବରିଷ୍ଠ ପ୍ରଶାସକ କାର୍ତ୍ତିକେୟନ ପାଣ୍ଡିୟାନଙ୍କ ବାସଭବନକୁ ଗୋବର ଫିଙ୍ଗାକୁ ଓଡ଼ିଶା ବିଭାଗୀୟ ମୁଖ୍ୟଦପ୍ତର ସ୍ୱଳ୍ପବେତନଭୋଗୀ ସରକାରୀ କର୍ମଚାରୀ ସଂଘର ନିନ୍ଦା

ଭୁବନେଶ୍ୱର, ତା ୧୦ା୨ (ଓଡ଼ିଆ ପୁଅ) : ସର୍ବଭାରତୀୟ ସେବା ଅଧିକାରୀଭାବେ ପରିଚିତ ଓ ସଚିବାଳୟରେ କାର୍ଯ୍ୟରତ ବରିଷ୍ଠ ପ୍ରଶାସକ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ବ୍ୟକ୍ତିଗତ ସଚିବ ଭାବେ ନିୟୋଜିତ ଶ୍ରୀଯୁକ୍ତ କାର୍ତ୍ତିକେୟନ ପାଣ୍ଡିଆନଙ୍କ ସରକାରୀ ବାସଭବନ ଉପରକୁ ଗୋବର ଫିଙ୍ଗାକୁ ଓଡ଼ିଶା ଓଡ଼ିଶା ବିଭାଗୀୟ ମୁଖ୍ୟଦପ୍ତର ସ୍ୱଳ୍ପବେତନଭୋଗୀ ସରକାରୀ କର୍ମଚାରୀ ସଂଘ ତରଫରୁ ଏପରି ଅଗଣତାନ୍ତ୍ରିକ ଓ ଘୃଣ୍ୟ କାର୍ଯ୍ୟକୁ ଘୋର ନିନ୍ଦା କରାଯାଇଅଛି। ଏକ ସରକାରୀ କର୍ମଚାରୀଙ୍କ ପ୍ରତି ଏପରି ଏକ ବିକୃତ ମାନସିକତାର କାର୍ଯ୍ୟ ବୋଲି କର୍ମଚାରୀ ସଂଗଠନର ପ୍ରମୁଖ ନେତୃମଣ୍ଡଳୀ ସାଧାରଣ ସମ୍ପାଦକ ମାୟାଧର ବାରିକ, ସଭାପତି ଗଙ୍ଗାଧର ସ୍ୱାଇଁ, ଅଧ୍ୟକ୍ଷ ଏକାଦଶୀ ପରିଡ଼ା, ଉପଦେଷ୍ଟା ଅଜୟ କୁମାର ନାୟକ, ଗଗନ ବିହାରୀ ଭଞ୍ଜ, ସୁଧାଂଶୁ ଶେଖର ପତି, ପତିତପାବନ ମହାନ୍ତି, ରୋହିତ କୁମାର ବାରିକ, ନରେନ୍ଦ୍ର କୁମାର ବାରିକ, ବେଣୁଧର ବେହେରା, ଜୟଦେବ ପ୍ରଧାନ, ମେରୁ ବାରିକ, ଅନାଦି ଚରଣ ଶତପଥି, ସାଧୁ ଚରଣ ମହାନ୍ତି, ଶ୍ୟାମସୁନ୍ଦର ଦାସ ପ୍ରମୁଖ ଜଣାଇଅଛନ୍ତି। ଏହିପରି ଘୃଣ୍ୟ କାର୍ଯ୍ୟପାଇଁ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମ ସଂଘ ତରଫରୁ ସାଧାରଣ ସମ୍ପାଦକ ମାୟାଧର ବାରିକ ମୁଖ୍ୟ ଶାସନ ସଚିବଙ୍କଠାରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *