ବରିଷ୍ଠ ପଦପୂଜନ କାର୍ଯ୍ୟକ୍ରମ

ରାୟଗଡା ତା-୧୬/୦୬/୨୦୧୮ (ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ରାୟଗଡରା ରାମକୃଷ୍ଣ ନଗର ନିବାସୀ ଦାମୋଦର ହୋତା ନିଜ ମାତା ଶ୍ରୀମତୀ ସୁନନ୍ଦା ହୋତା ଦେବୀଙ୍କ ୬୨ ତମ ଜନ୍ମଜୟନ୍ତୀ ପାଳନର ଶୁଭାବସରେ ବରିଷ୍ଠ ଜନଙ୍କ ପଦପୂଜନକୁ ଧ୍ୟାନରେ ରଖି ଏକ ଅଭିନବ ପାଦୁକା ଦାନ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା ମହୋଦୟଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା। ଏହି ଜନସେବା କାର୍ଯ୍ୟକ୍ରମରେ ରାୟଗଡା ସହରତଳିସ୍ଥ ଉତ୍କଳମଣି ନଗରରେ ଖୋଲା ପାଦରେ ଥିବା ୬୨ ଜଣ ବରିଷ୍ଠ ଓ ଅଭାବୀଜନଙ୍କୁ ଜୋତା ବିତରଣ କରାଯାଇ ସେମାନଙ୍କ ସର୍ବଶୁଭ କାମନା କରାଯାଇଥିଲା।

ନିଜ ଜନ୍ମ ଜୟନ୍ତୀକୁ ଏଭଳି ଅଭିନବ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ପାଳନ କରିଥିବା ମହୀୟସୀ ଏବଂ ତାଙ୍କ ମଧ୍ୟମ ପୁତ୍ର ସୁରଜୀତ ହୋତା, କନିଷ୍ଠ ପୁତ୍ର ବିଶ୍ବଜୀତ ହୋତା ଦୁଇ ବୋଉ ଝିଅ ଜ୍ବାଇଁ ଭାଇ ନାତି ନାତୁଣୀ ସମସ୍ତ ପରିବାର ବର୍ଗଙ୍କୁ ଉଦଘାଟକଙ୍କ ସମେତ ଉପସ୍ଥିତ ଜନଗଣ ଶତମୁଖରେ ସାଧୁବାଦ ଜଣାଇବା ସହ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଦି ପେରିପେଟାଟିକ ନାମରେ ଜାରୀ ରହିବ ବୋଲି ଆୟୋଜନ ଦାମୋଦର ହୋତା କହିଛନ୍ତି।

Leave a Reply

Your email address will not be published. Required fields are marked *