ଓଡ଼ିଶା

ବରିଷ୍ଠ ନାଗରିକ ସୁରକ୍ଷା କକ୍ଷ ଉଦଘାଟିତ, ୧୦୫ ପରିଚୟ ପତ୍ର ପ୍ରଦାନ

କୋରାପୁଟ ; ତା୧୨-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲା ପୋଲିସ ପକ୍ଷରୁ ଏକ ବରିଷ୍ଠ ନାଗରିକ ସୁରକ୍ଷା କକ୍ଷ ପ୍ରତିଷ୍ଠା କରା ଯାଇଛି। ସ୍ଥାନୀୟ ସଦଭାବନା ସଭାଗୃହରେ ଏସପି ଡା.କେ.ଭି.ସିଂହଙ୍କ ତତ୍ୱାବଧାନରେ ଆୟୋଜିତ ଉଦଘାଟନୀ ସମାରୋହରେ କୋରାପୁଟ ସାଂସଦ ଝିନ୍ନ ହିକକା ମୁଖ୍ୟ ଅତିଥିଏବଂ ଦକ୍ଷିଣ-ପଶ୍ଚିମାଂଚଳ ରେଂଜ ଡିଆଇଜି ଆଶିଷ କୁମାର ସିଂହ ସମ୍ମାନ୍ନିତ ଅତିଥିଭାବେ ଯୋଗ ଦେଇ ଏହାର ଉଦଘାଟନ କରିବା ସହ ୧୦୫ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ। ବରିଷ୍ଠ ନାଗରିକଙ୍କୁ ଘରୁ ରେଳ ଷ୍ଟେସନ, ବ୍ୟାଙ୍କ ଓ ହସ୍ପିଟାଲ ନେବା ପାଇଁ ମାଗଣା ଅଟୋରିକ୍ସା ସେବା ଲୋକାର୍ପିତ କରା ଯାଇଛି। ଟାଉନ ଥାନାକୁ ଫୋନ କରି ଜଣାଇଲେ ଅଟୋରିକ୍ସା ତାଙ୍କ ଘରକୁ ଯାଇ ଗନ୍ତବ୍ୟ ସ୍ଥଳକୁ ନେଇଯିବାର ବ୍ୟବସ୍ଥା କରା ଯାଇଛି। ଏହା ବ୍ୟତୀତ ହସ୍ପିଟାଲରେ ବରିଷ୍ଠ ନାଗରିକ ମାନଙ୍କୁ ପୋଲିସ ପକ୍ଷରୁ ଆବଶ୍ୟକୀୟ ସହାୟତା ଦିଆ ଯିବ ବୋଲି ସୂଚନା ଦିଆ ଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦେବେନ କୁମାର ପ୍ରଧାନ, ଅତିରିକ୍ତ ଏସପି ଭି.ଆର.ରାଓ ଓ ଉଦ୍ଧବ ନାୟକ, ପୂର୍ବତନ ବିଧାୟକ ରଘୁରାମ ପଡାଲ ପ୍ରମୁଖ ଉପସ୍ଥିତ ଥିଲେ।କୋରାପୁଟ ଟାଉନ ଥାନା ନିରୀକ୍ଷକ କ୍ଷିରେଶ୍ୱର ସାହୁ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top