ବରିଷ୍ଠ ନାଗରିକ ସମ୍ମିଳନୀ

ଭଦ୍ରକ, ୨୬ା୧୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି ତଳ ବାଗୁରାଇ ହରିହାଟ ପଡିଆରେ ପୌରପାଳିକାର ୮ ନଂ ୱାର୍ଡର ବରିଷ୍ଠ ନାଗରିକମାନଙ୍କର ଏକ ସମ୍ମିଳନୀ କାଉନସିଲର ଦେବବ୍ରତ ମହାନ୍ତି ଏବଂ ନିରଞ୍ଜନ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି ।  ଏହି ସମ୍ମିଳନୀରେ ସର୍ବସମ୍ମତି କ୍ରମେ ଏକ କମିଟି ଗଠନ କରାଯାଇଥିଲା । କମିଟିର ସଭାପତି ଭାବେ କୁଞ୍ଜ ବିହାରୀ ଦାଶ, ଉପସଭାପତି ବାମନ ଚରଣ ରାଉତ, ସମ୍ପାଦକ ଖୁଦିରାମ ସାହୁ, ସହ ସମ୍ପାଦକ ଭାବେ ନିରଞ୍ଜନ ବିଶ୍ୱାଳ, କୋଷାଧ୍ୟକ୍ଷ ଭାବେ କ୍ଷୀରୋଦ ସାହୁ ଏବଂ ଉପଦେଷ୍ଟା ଭାବେ ୫ଜଣଙ୍କୁ ମନୋନୀତ କରାଯାଇଥିଲା । ଏହି ସମ୍ମିଳନୀରେ ଉଦ୍ବୋଧନ ଦେଇ ଉପସଭାପତି ବାମନ ଚରଣ ରାଉତ ଉଦ୍ବୋଧନ ଦେଇ ସରମାର ୬୦ ବର୍ଷରୁ ଉର୍ଦ୍ଧ୍ୱ ନାଗରିକମାନଙ୍କୁ ବରିଷ୍ଠ ନାଗରିକ ଭତ୍ତା ଭାବେ ୫ଶହ ଟଙ୍କା ପ୍ରଦାନ କରୁଛନ୍ତି । ଯାହାକୁ ସରକାର ନିୟମିତ ବ୍ୟବଧାନରେ ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଥିଲେ । ସେହିପରି ବାଗୁରାଇ ଠାରେ ଏକ ନ୍ୟାସ୍ନାଲ ବ୍ୟାଙ୍କ ସ୍ଥାପନ କରିବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା । ପ୍ରତି ମାସର ଶେଷ ରବିବାର ବରିଷ୍ଠ ନାଗରିକମାନଙ୍କର ବୈଠକ କରାଯିବାକୁ ସମ୍ମିଳନୀରେ ନିଷ୍ପତି ନିଆଯାଇଥିଲା । ଏହି ସମ୍ମିଳନୀରେ ପୁଲିସ ବିଭାଗର ଅଧିକାରୀ ଯୋଗ ଦେଇ ବରିଷ୍ଠ ନାଗରିକମାନଙ୍କୁ କାଉନସିଲରଙ୍କ ଜରିଆରେ ପରିଚୟପତ୍ର ଆବେଦନ ଫର୍ମ ବଣ୍ଟନ କରିଥିଲେ । ଶେଷରେ ସଭାପତି ଏବଂ ଅନ୍ୟ କର୍ମକତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ଭଙ୍ଗ କରାଯାଇଥିଲା ।

Leave a Reply

Your email address will not be published. Required fields are marked *