ପାରଳାଖେମୁଣ୍ଡି,୨ା୧୦(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ଗୋଷାଣି ବ୍ଳକ ଗୁରାଣ୍ଡି ଗ୍ରାମଠାରେ ଗୁରାଣ୍ଡିି ବରିଷ୍ଠ ନାଗରିକ ମଞ୍ଚ ସଭା ଗୃହରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ବିଚିତ୍ରା ନନ୍ଦ ବେବର୍ତ୍ତା ଯୋଗ ଦେଇ ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ ଆବଶ୍ୟକତା ତଥା ସମସ୍ୟା ଉପରେ କହିଥିଲେ । ସେହିପରି ମୁଖ୍ୟ ବକ୍ତା ଭାବେ ଜିଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ଜେନା ଯୋଗ ଦେଇ ବରିଷ୍ଠ ନାଗରିକମାନେ କିପରି ଅବହେଳିତ ହେଉଛନ୍ତି ଏବଂ ପ୍ରତି ମାସରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର କରିବା ନିହାତି ଆବଶ୍ୟକ ବୋଲି ସେ ମତ ଦେଇଥିଲେ । କାର୍ଯ୍ୟକ୍ରମରେ ୮୫ବର୍ଷିୟ ଫକିର ମୋହନ ବିଶ୍ୱାଳଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନାଗରିକ ମଞ୍ଚର ସଭାପତି ବିଜୟ କୁମାର ପାତ୍ର, ମିନକେତନ ଜେନା, ଖଗେଶ୍ୱର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।