ବରିଷ୍ଠ ନାଗରିକ ତ୍ରିଲୋଚନ ପ୍ରଧାନଙ୍କ ବିୟୋଗ

ତାଳଚେର, ୯/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ କଳମଛୁଇଁ ଗ୍ରାମ ଅନ୍ତର୍ଗତ ମଝୀକା ଗ୍ରାମର ବରିଷ୍ଠ ନାଗରିକ ତ୍ରିଲୋଚନ ପ୍ରଧାନଙ୍କ ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି।। କିଛିଦିନ ଧରି ସେ ବାର୍ଦ୍ଧକ୍ୟଜନିତ ବ୍ୟାଧିରେ ପୀଡିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତିନି ପୁତ୍ର ପ୍ରଭାକର ପ୍ରଧାନ, ହାଡିବନ୍ଧୁ ପ୍ରଧାନ, କାଳନ୍ଦୀ ପ୍ରଧାନ, ପୁତ୍ରବଧୂ, ଝିଅଜୋଇଁ ତଥା ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ଜଣେ ସରଳ, ଧାର୍ମିକ ତଥା ପରୋପକାରୀ ବ୍ୟକ୍ତି ଭାବରେ ସେ ଆଖପାଖ ଅଂଚଳରେ ବେଶ୍ ପରିଚିତ ଥିଲେ। ତାଙ୍କ ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା। ଗ୍ରାମ ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା।

Leave a Reply

Your email address will not be published. Required fields are marked *